THE BYAPINI

ଅକ୍ଟୋବର ୫ ଯାଏଁ ବଢ଼ିଲା ମାଟ୍ରିକ୍‌ ଫର୍ମ ପୂରଣ ତାରିଖ

Get real time updates directly on you device, subscribe now.

କଟକ: ମାଟ୍ରିକ ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ଫର୍ମ ଫିଲ୍‌ଅପ୍‌ ସମୟସୀମାକୁ ମାଧ୍ୟମିକ ଶିକ୍ଷା ପରିଷଦ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ  ବଢ଼ାଇ ଦେଇଥିବା ଜଣାପଡିଛି । ଏହି ସମୟସୀମା ବଢ଼ଇଥିବା ନେଇ ଆଜି ପରିଷଦ ପକ୍ଷରୁ ପ୍ରେସ୍‌ ରିଲିଜ୍‌ ମାଧ୍ୟମରେ ସୂଚନା ଦିଆଯାଇଛି । ମାଟ୍ରିକ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ଫର୍ମ ଫିଲ୍‌ଅପ୍‌ ସହିତ ମଧ୍ୟମା ପରୀକ୍ଷାର ଅଫ୍‌ଲାଇନ୍‌ ଫର୍ମ ଫିଲ୍‌ଅପ୍‌ ଅବଧିକୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ଧାର୍ଯ୍ୟ ସମୟ ମଧ୍ୟରେ ଫର୍ମ ଫିଲ୍‌ଅପ୍‌ ଶେଷ କରିବା ପାଇଁ ସ୍କୁଲ୍‌ଗୁଡିକୁ ଅନୁରୋଧ କରାଯାଇଛି । ଏହା ପରେ ଆଉ ଫର୍ମ ଫିଲ୍‌ଅପ୍‌ ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି । ସୂଚନାଯୋଗ୍ୟ, ଆସନ୍ତାବର୍ଷ ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ଭିତରେ ମାଟ୍ରିକ ପରୀକ୍ଷା ହେବବୋଲି ସୂଚନା ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.