THE BYAPINI

ଅଣ ଆଦିବାସୀଙ୍କୁ ଜମି ବିକ୍ରି ସଂପର୍କିତ କ୍ୟାବିନେଟ୍‌ ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ଆନ୍ଦୋଳନ କରିବେ ବିରୋଧୀ

Get real time updates directly on you device, subscribe now.

ଭୁବନେଶ୍ବର: ନଭେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ରେଗୁଲେସନ୍‌-୨, ୧୫୯୬ର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଥିଲା। ଆଦିବାସୀଙ୍କ ଜମିକୁ ଅଣ ଆଦିବାସୀଙ୍କୁ ବିକ୍ରି ସଂପର୍କିତ ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତିକୁ ବିରୋଧୀ ଦଳ, ସାମାଜିକ କର୍ମୀ ତୀବ୍ର ସମାଲୋଚନା କରି ଆସୁଥିଲେ। କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲେ ଯେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି ଜଣେ ଅଣ ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସଂପତ୍ତି ହସ୍ତାନ୍ତର କରିପାରିବେ। ତେବେ ଏହି ନିଷ୍ପତ୍ତି ଏବେ କାର୍ଯ୍ୟକାରୀ ହେବ ନାହିଁ ବୋଲି ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଆଜି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଥିବା ରାଜସ୍ବ ମନ୍ତ୍ରୀ ଜଣାଇଛନ୍ତି। କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କ ଉଚ୍ଚ ଶିକ୍ଷା, ଆତ୍ମନିଯୁକ୍ତି, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ସର୍ବସାଧାରଣ ଅର୍ଥକରି ସଂସ୍ଥାରେ ବନ୍ଧକ ରଖି ଋଣ ଆହରଣ କରିବା ସହ ଜଣେ ଅଣ-ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସଂପତ୍ତି ହସ୍ତାନ୍ତର କରିପାରି‌ବେ। ହେଲେ ଏହି ବ୍ୟକ୍ତି ଯେପରି ଭୂମିହୀନ ବା ଗୃହଶୂନ୍ୟ ନ ହୁଅନ୍ତି ଏହାକୁ ଧ୍ୟାନ ଦେବାକୁ କୁହାଯାଇଥିଲା। କିନ୍ତୁ ସେଭଳି ବ୍ଯବସ୍ଥା ହୋଇନଥିବାରୁ ସ୍ଥଗିତ ନୁହେଁ, ନିଷ୍ପତ୍ତିକୁ ସଂପୂର୍ଣ୍ଣ ପ୍ରତ୍ୟାହାର ନ କଲେ ଆନ୍ଦୋଳନ କରାଯିବ ବୋଲି ବିରୋଧୀଙ୍କ ପକ୍ଷରୁ କୁହାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.