THE BYAPINI

ଅନ୍‌ଲାଇନ୍‌ରେ ୩୦୦ ଟଙ୍କା ‘ଲିପ୍‌ଷ୍ଟିକ୍‌’ ଲୋଭରେ ୧ ଲକ୍ଷ ଟଙ୍କା ଠକେଇର ଶୀକାର ହେଲେ ଡାକ୍ତରାଣୀ

Get real time updates directly on you device, subscribe now.

ମୁମ୍ବାଇ:୩୦୦ ଟଙ୍କିଆ ‘ଲିପ୍‌ଷ୍ଟିକ୍‌’ ପାଇଁ ଅର୍ଡର୍‌ ଦେଇଥିବା ନବି ମୁମ୍ବାଇର ଜଣେ ଡାକ୍ତରାଣୀ ଅନ୍‌ଲାଇନ୍‌ରେ ୧ ଲକ୍ଷ ଟଙ୍କା ହରାଇଥିବା କଥା ଦେଶର ପ୍ରମୁଖ ଗଣମାଧ୍ଯମ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି, ନଭେମ୍ବର ୨ ତାରିଖ ଦିନ ଡାକ୍ତରାଣୀ ଗୋଟାଏ ଇ-କମର୍ସ ପୋର୍ଟାଲ୍‌ରେ ‘ଲିପ୍‌ଷ୍ଟିକ୍‌’ ପାଇଁ ଅର୍ଡର୍‌ ଦେଇଥିଲେ। ଅଳ୍ପ ଦିନ ପରେ ସେ ଗୋଟାଏ କୋରିୟର୍‌ କମ୍ପାନିରୁ ମେସେଜ୍‌ ପାଇଲେ କି, ତାଙ୍କ ଅର୍ଡର୍‌ ଡେଲିଭରି ଦିଆଯାଇଛି। କିନ୍ତୁ, ସେ ଅର୍ଡର୍‌ ଦେଇଥିବା ସାମଗ୍ରୀ ପାଇ ନ ଥିବାରୁ ଉକ୍ତ କୋରିୟର୍‌ କମ୍ପାନିର ଟେଲିଫୋନ୍‌ ନମ୍ବର୍‌ରେ ଯୋଗାଯୋଗ କଲେ। ଜବାବ ମିଳିଲା କି, ଜଣେ ‘କଷ୍ଟମର୍‌ କେୟାର୍‌’ ପ୍ରତିନିଧି ତାଙ୍କ ସହିତ ଏ ବିଷୟରେ ଯୋଗାଯୋଗ କରିବେ। ଡାକ୍ତରାଣୀଙ୍କ ପାଖକୁ ଫୋନ୍‌ ମଧ୍ୟ ଆସି‌ଲା। ଫୋନ୍‌ରେ ଜଣେ ବ୍ୟକ୍ତି କହିଲେ ଯେ, ତାଙ୍କ ଅର୍ଡର୍‌ ଅଟକି ଯାଇଛି। ୨ ଟଙ୍କା ଟ୍ରାନ୍‌ସ୍‌ଫର୍‌ କଲେ ଅର୍ଡର୍‌ ପହଞ୍ଚିଯିବ। ତା’ପରେ ସେ ବ୍ୟକ୍ତିଜଣ ତାଙ୍କ ପାଖକୁ ଗୋଟାଏ ‘ୱେବ୍‌ଲିଙ୍କ୍‌’ ପଠାଇ ସେଥିରେ ତାଙ୍କ ବ୍ୟାଙ୍କ୍‌ର ସବିଶେଷ ବିବରଣୀ ପୂରଣ କରିବାକୁ ଅନୁରୋଧ କଲେ। ଡାକ୍ତରାଣୀ ସେ ‘ଲିଙ୍କ୍‌’ ଉପରେ ‘କ୍ଲିକ୍‌’ କରିବାରୁ ତାଙ୍କ ମ‌ୋବାଇଲ୍‌ରେ ଗୋଟାଏ ‘ଆପ୍‌’ ଡାଉନ୍‌ଲୋଡ୍‌ ହୋଇଗଲା।ନଭେମ୍ବର ୯ ତାରିଖ ଦିନ ତାଙ୍କ ପାଖକୁ ମେସେଜ୍‌ ଆସିଲା ଯେ, ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ୯୫,୦୦୦ ଟଙ୍କା ଓ ପୁଣି ୫,୦୦୦ ଟଙ୍କା ଉଠାଯାଇଛି। ତୁରନ୍ତ ଡାକ୍ତରାଣୀ ଯାଇ ନେରୁଲ୍‌ସ୍ଥିତ ସାଇବର୍‌ ଥାନାରେ ଅଭିଯୋଗ ଦାଏର କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.