ଅବପାତରେ ପରିଣତ ହେଲା ଲଘୁଚାପ
ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପଟି ଆଜି ଅବପାତରେ ପରିଣତ ହୋଇଛି। ଏହା ପୁଡୁଚେରୀ ଠାରୁ ୭୯୦, ଚେନ୍ନାଇ ଠାରୁ ୮୦୦ କିମି ଦୂରରେ ଅବସ୍ଥିତ ରହିଛି। ଦିନକ ପରେ ଅର୍ଥାତ ୩ ତାରିଖ ରବିବାର ଏହା ବାତ୍ୟାରେ ରୂପାନ୍ତର ହୋଇପାରେ। ଏନେଇ ପୂର୍ବାନୁମାନ କରିଛି ପାଣିପାଗ।ପାଣିପାଗ ବିଭାଗର ସୂଚନା ଅନୁସାରେ, ସୁଦୃଶ୍ୟ ଲଘୁଚାପଟି ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣପୂର୍ବରେ ଅବପାତ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆହୁରି ଘନୀଭୂତ ହୋଇ କାଲି ସୁଦ୍ଧା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ୩ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ। ବାତ୍ୟାରେ ପରିଣତ ହୋଇ ୪ ତାରିଖ ସଂଧ୍ୟାରେ ଚେନ୍ନାଇ ଓ ମଛଲିପଟ୍ଟନମ ମଝିରେ ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ।