THE BYAPINI

ଅଯୋଧ୍ୟାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

Get real time updates directly on you device, subscribe now.

ଅଯୋଧ୍ୟା:  ଅଯୋଧ୍ୟା ରାମମନ୍ଦିରରେ ସୋମବାର ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ତର ପ୍ରଦେଶ ସମେତ ସାରା ଦେଶ ଉତ୍ସବମୁଖର। ସନାତନ ସଂସ୍କୃତିର ଆତ୍ମା, ରଘୁନନ୍ଦନ ରାଘବ ରାମଲାଲା ନିଜ ଜନ୍ମଭୂମି ଅଓ୍ବଧପୁରୀର ଦିବ୍ୟ ସ୍ଥାନରେ ବିରାଜମାନ କରିସାରିଛନ୍ତି।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ବିମାନବନ୍ଦରରେ ପହଞ୍ଚିଛନ୍ତି। କିଛି ସମୟ ପରେ ସେ ହେଲିକପ୍ଟର ଯୋଗେ ଅଯୋଧ୍ୟା ଧାମ କମ୍ପ୍ଲେକ୍ସରେ ପହଞ୍ଚି ମହାନ ରାମମନ୍ଦିରର ଉଦ୍‌ଘାଟନ କରିବେ। ଅପରାହ୍ନ ୧୨ଟା ୨୦ରୁ ୪୦ ମିନିଟ ଧରି ଚାଲିବାକୁ ଥିବା ପ୍ରାଣପ୍ରତିଷ୍ଠା କରାଯିବ। ପ୍ରାଣପ୍ରତିଷ୍ଠା କାର୍ୟ୍ୟରେ ଯଜମାନୀ କରିବେ ମୋଦି।

Get real time updates directly on you device, subscribe now.

Leave A Reply

Your email address will not be published.