THE BYAPINI

ଅର୍ଥନୈତିକ ସ୍ବାଧୀନତା ସୂଚୀରେ ଭାରତ ଗୋଟିଏ ପାହାଚ ତଳକୁ ଖସିଛି

Get real time updates directly on you device, subscribe now.

ନୂଆଦିଲ୍ଲୀ: ଅର୍ଥନୈତିକ ସ୍ବାଧୀନତା ସୂଚୀରେ ବିଶ୍ବର ୧୬୫ଟି ଦେଶ ମଧ୍ୟରେ ଭାରତ ୮୭ତମ ସ୍ଥାନରେ ରହିଛି। ଗତବର୍ଷ ଭାରତ ୮୬ତମ ସ୍ଥାନରେ ଥିଲା। ୧୯୮୦ ପରଠାରୁ ନିରନ୍ତର ଭାବେ ଭାରତର ରେଟିଂରେ ଉନ୍ନତି ଘଟିବା ସହ ତାହା ୪.୯୦ରୁ ବୃଦ୍ଧି ପାଇ ୬.୬୨ ହୋଇପାରିଛି। କିନ୍ତୁ ହ୍ରାସ ପାଉଛି। ଭାରତ ନିଜ ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ଆଣିପାରିଛି, କିନ୍ତୁ ପ୍ରତିଦ୍ବନ୍ଦ୍ବୀ ରାଷ୍ଟ୍ର ଯେତିକି ପଦକ୍ଷେପ ଗ୍ରହଣ କରୁଛନ୍ତି ସେ କ୍ଷେତ୍ରରେ ପଛୁଆ ରହିଛି। ଦକ୍ଷିଣ ଏସିଆରେ ଭାରତର ପ୍ରଦର୍ଶନ ଚମତ୍କାର ରହିଛି। ସରକାରର ଆକାର ଓ ଋଣ, ଶ୍ରମ ଓ ବ୍ୟବସାୟର ନିୟାମକ ବ୍ୟବସ୍ଥାରେ ଭାରତ ସ୍ଥିତିରେ ଉନ୍ନତି ଘଟିଥିବା ବେଳେ ଆଇନଗତ ବ୍ୟବସ୍ଥା, ସମ୍ପତ୍ତି ଅଧିକାର ଓ ଆନ୍ତର୍ଜାତିକ ସ୍ତରରେ ବାଣିଜ୍ୟ କରିବା ଲାଗି ସ୍ବାଧୀନତାରେ ପଛରେ ରହିଛି। ଏହି ସୂଚୀରେ ସିଙ୍ଗାପୁର ପ୍ରଥମ ସ୍ଥାନରେ ରହିଥିବା ବେଳେ ଏହା ପଛକୁ ହଂକଂ, ସ୍ବିଜରଲ୍ୟାଣ୍ଡ୍‌, ନ୍ୟୁଜିଲ୍ୟାଣ୍ଡ, ଆମେରିକା, ଆୟରଲ୍ୟାଣ୍ଡ୍‌, ଡେନ୍‌ମାର୍କ, ଅଷ୍ଟ୍ରେଲିଆ, ବ୍ରିଟେନ ଓ କାନାଡା ରହିଛନ୍ତି। ତେବେ ରୢାଙ୍କ ଦୃଷ୍ଟିରୁ ଚୀନ୍‌ ତୁଳନାରେ ଭାରତ ଉନ୍ନତ ସ୍ଥିତିରେ ରହିଛି। ଚୀନ୍ ୧୧୧ତମ ସ୍ଥାନରେ ରହିଛି। ତାଲିକାର ଶେଷରେ ଭେନେଜୁଏଲା ନାମ ରହିଛି। ଜାପାନ ୨୦ତମ, ଜର୍ମାନି ୨୩ତମ, ଫ୍ରାନ୍ସ ୪୭ତମ ଓ ରୁଷ୍‌ ୧୦୪ ସ୍ଥାନରେ ରହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.