THE BYAPINI

ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଶୃଙ୍ଖଳା ଜିତିଲା ଭାରତ

Get real time updates directly on you device, subscribe now.

ରାୟପୁର  : ସୂର୍ୟ୍ୟକୁମାର ଯାଦବଙ୍କ ନେତୃତ୍ବାଧୀନ ଯୁବ ଭାରତୀୟ ଦଳ ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଶୃଙ୍ଖଳା ବିଜୟୀ ହୋଇଛି। ଶୁକ୍ରବାର ରାୟପୁରରେ ଖେଳାଯାଇଥିବା ୪ର୍ଥ ମ୍ୟାଚରେ ଭାରତ ୨୦ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏଥି ସହିତ ଭାରତ ୫ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାରେ ୩-୧ରେ ଆଗୁଆ ରହିଛି। ରବିବାର ଅନ୍ତିମ ମ୍ୟାଚ ବାଙ୍ଗାଲୋରରେ ଖେଳାଯିବ। ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି ଓ ଲୋକେଶ ରାହୁଲଙ୍କ ଅନୁପସ୍ଥିତିରେ ଭାରତର ଉକ୍ତ ଶୃଙ୍ଖଳା ବିଜୟ କ୍ରିକେଟପ୍ରେମୀଙ୍କ ମନରୁ ବିଶ୍ବକପ ଫାଇନାଲ ପରାଜୟର ଗ୍ଲାନି ଦୂର କରିବାରେ କିଛି ମାତ୍ରାରେ ସଫଳ ହୋଇଛି। ଭାରତ ରିଙ୍କୁ ସିଂହ ୪୬ ଓ ଜିତେଶ ଶର୍ମାଙ୍କ ୩୫ରନ ବଳରେ ୧୭୪ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ମାଥ୍ୟୁ ୱେଡ୍‌ ୩୬, ଟ୍ରେଭିସ ହେଡ୍‌ ୩୧ ଓ ମାଥ୍ୟୁ ସଟ୍‌ଙ୍କ ୨୨ରନ ବଳରେ ୭ ୱିକେଟ ହରାଇ ୧୫୪ରନ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଅକ୍ଷର ପଟେଲ ୩ଟି, ଦୀପକ ଚହର ୨ଟି,ରବି ବିଷ୍ଣୋୟି ଓ ଆଭେଶ ଖାନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.