THE BYAPINI

ଆଖି ବୁଝିଲା ପୁଣି ଏକ ଚିତା

Get real time updates directly on you device, subscribe now.

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଖି ବୁଝିଲା ପୁଣି ଏକ ଚିତା । ନାମିବ୍ୟାରୁ ଆସିଥିବା ଚିତାବାଘଙ୍କ ମଧ୍ୟରୁଶୌର୍ୟ୍ୟ ନାମକ ଚିତା ବାଘର ମୃତ୍ୟୁ ହୋଇଛି। ଏହା ପୂର୍ବରୁ ୩ ଚିତାବାଘ ଶାବକ ସହ ୬ ବୟସ୍କ ବାଘଙ୍କ ମୃତ୍ୟୁ ଘଟିଥିଲା । ଚିତାବାଘ ଶୌର୍ୟ୍ୟର ମୃତ୍ୟୁ ସହ କୁନୋ ନ୍ୟାସନା ପାର୍କରେ ଚିତାବାଘ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ତେବେ ଚିତାବାଘ ଶୌର୍ୟ୍ୟ ମୃତ୍ୟୁର କାରଣ କଣ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ଉଲ୍ଲେଖଯୋଗ୍ୟ ଭାରତରେ ବିଲୁପ୍ତ ହୋଇଯାଇଥିବା ଚିତାର ବଂଶବୃଦ୍ଧି ପାଇଁ ଅନ୍ତଃମହାଦେଶୀୟ ପ୍ରାଣୀ ସ୍ଥାନାନ୍ତର କାର୍ୟ୍ୟକ୍ରମ ଅଧୀନରେ ଭାରତକୁ ନାମିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତାବାଘ ଅଣାଯାଇ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିଲା। ତେବେ କୁନୋରେ ୪ ଜଣ ଶାବକ ଜନ୍ମ ହୋଇଥିଲେ। କିନ୍ତୁ ଏଥି ମଧ୍ୟରୁ ୩ ଶାବକଙ୍କର ମୃତ୍ୟୁ ହୋଇସାରିଛି। ତେବେ ବିର୍ତ୍ତମାନ ସୁଦ୍ଧା ୧୦ ଚିତାଙ୍କ ମୃତ୍ୟୁ ପରେ ଚିତା ସଖ୍ୟା ୧୪କୁ ହ୍ରାସ ପାଇଛି।  

Get real time updates directly on you device, subscribe now.

Leave A Reply

Your email address will not be published.