THE BYAPINI

ଆଜିଠୁ ଏମ୍‌ଆରଏଫ୍‌ଟି ଆବେଦନ

Get real time updates directly on you device, subscribe now.

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫୋଲୋସିପ୍‌ ଟେଷ୍ଟ (ଏମ୍‌ଆର୍‌ଏଫ୍‌ଟି-୨୦୨୩) ଅନ୍‌ଲାଇନ୍‌ ଆବେଦନ । ଏହା ଚଳିତମାସ ୩୦ ତାରିଖ ପର୍ୟ୍ୟନ୍ତ ଚାଲିବ । ଛାତ୍ରଛାତ୍ରୀମାନେ ସାମ୍‌ସ ୱେବ୍‌ସାଇଟ୍‌  www. samsodisha.gov.in ରେ ଆବେଦନ କରିପାରିବେ । ଜାନୁଆରୀ ୩ ଓ ୪ ତାରିଖରେ ଫର୍ମ ସଂଶୋଧନ କରିବାର ସୁଯୋଗ ମିଳିବ ।

ଆବେଦନକାରୀଙ୍କ ପରୀକ୍ଷା ହଲ୍‌ ଟିକେଟ୍‌ ପରୀକ୍ଷାର ୧୦ ଦିନ ପୂର୍ବରୁ ଏସ୍‌ଏସ୍‌ବି ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ । ଏନେଇ  ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ହେବାକୁ ଥିବା ଏହି ପରୀକ୍ଷାରେ ୧୦୦ ମାର୍କର ପ୍ରଶ୍ନ ଆସିବ । ଇଂରାଜୀ ସମେତ ଓଡ଼ିଆ ଓ ଉର୍ଦ୍ଦୁ ଭାଷାରେ ପ୍ରଶ୍ନ ଆସିବ । ପ୍ରଥମ ପାର୍ଟରେ ୨୦ ମାର୍କ ଏବଂ ପାର୍ଟ-ବିରେ ୭୦ ମାର୍କର ପ୍ରଶ୍ନ ଆସିବ ।ନିୟମ ଅନୁଯାୟୀ, ଆବେଦନକାରୀ ପାର୍ଟ-ଏରେ ୧୦ରୁ ଅଧିକ ମାର୍କ ରଖିଲେ ପାର୍ଟ-ବିରେ ମାର୍କ ସଂଯୋଗ କରାଯାଇ ଫାଇନାଲ୍‌ ମେରିଟ୍‌ ଲିଷ୍ଟ ପ୍ରସ୍ତୁତ କରାଯିବ । ଏହି ପରୀକ୍ଷାରେ ନେଗେଟିଭ୍‌ ମାର୍କିଂ ନାହିଁ । ସ୍ନାତକ ଓ ସ୍ନାତକୋତ୍ତରରେ ପ୍ରଥମଶ୍ରେଣୀରେ ପାସ୍‌ କରିଥିଲେ ପ୍ରବେଶିକା ପରୀକ୍ଷା ଦେବାକୁ ଅଗ୍ରାଧିକାର ଦିଆଯିବ । ସୂଚନାଯୋଗ୍ୟ, ରାଜ୍ୟରେ ଚଳିତ ବର୍ଷରୁ ନୂଆ ମୁଖ୍ୟମନ୍ତ୍ରୀ ଫେଲୋସିପ୍‌ ସ୍କିମ୍‌ (ସିଏମ୍‌ଆର୍‌ଆଇଏଫ୍‌ପି) ଛାତ୍ରବୃତ୍ତି ଲାଗୁ ହୋଇଛି । 

Get real time updates directly on you device, subscribe now.

Leave A Reply

Your email address will not be published.