THE BYAPINI

ଆଜିଠୁ ଓଡ଼ିଶା ଡ୍ରାଇଭର୍‌‌ ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

Get real time updates directly on you device, subscribe now.

ଭୁବନେଶ୍ୱର: ହିଟ୍‌‌ ଆଣ୍ଡ ରନ୍‌‌ ମାମଲାରେ ଦଣ୍ଡବିଧାନ ବ୍ୟବସ୍ଥାକୁ ବିରୋଧ କରି ଆଜିଠାରୁ ସର୍ବଭାରତୀୟସ୍ତରରେ ଗାଡ଼ି ଚାଳକମାନେ ଧର୍ମଘଟ ଆରମ୍ଭ କରିଥିବା ବେଳେ ଆଜିଠାରୁ ଓଡ଼ିଶା ଡ୍ରାଇଭର୍‌‌ ମହାସଂଘ ଏଥିରେ ସାମିଲ ହେବ। ଆଇନ୍‌‌ ପ୍ରତ୍ୟାହାର ଏବଂ ପୁରୁଣା ଦାବିକୁ ନେଇ ଓଡ଼ିଶାର ଗାଡ଼ି ଚାଳକମାନେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଷ୍ଟିଅରିଂଛାଡ଼ ଆନ୍ଦୋଳନ କରିବେ ବୋଲି ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି। ଏଥିଯୋଗୁଁ ଆଜିଠାରୁ ରାଜ୍ୟରେ ସାଧାରଣ ପରିବହନ ବ୍ୟବସ୍ଥା ବ୍ୟାହତ ହେବା ଆଶଙ୍କା ରହିଛି।

ତେବେ ଏହି ଧର୍ମଘଟ ଯୋଗୁଁ ବଜାରରେ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀର ଅଭାବ ଦେଖାଦେଇପାରେ। ସର୍ବଭାରତୀୟ ପେଟ୍ରୋଲିୟମ୍‌‌ ଡିଲର୍ସ ମହାସଂଘର ମହାସଚିବ ସଞ୍ଜୟ ଲାଠ୍‌‌ କହିଛନ୍ତି, ଆଜି ସମଗ୍ର ରାଜ୍ୟରେ ଡିପୋରୁ ଟାଙ୍କିକୁ ଇନ୍ଧନ ପରିବହନ ସ୍ୱାଭାବିକ ରହିଛି। ଓଡ଼ିଶାରେ ଯେତିକି ପେଟ୍ରୋଲ, ଡିଜେଲ ଅଛି, ତାହା ଦୁଇ/ତିନି ଦିନର ଆବଶ୍ୟକା ପୂରଣ କରିପାରିବ। ଧର୍ମଘଟ ଅଧିକ ଦିନ ରହିଲେ ପେଟ୍ରୋଲ, ଡିଜେଲର ଅଭାବ ଦେଖା ଦେଇପାରେ ବୋଲି ଶ୍ରୀ ଲାଠ କହିଛନ୍ତି। ଏହି ବିବାଦର ସମାଧାନ ଓ ଗାଡ଼ି ଚଳାଚଳ ସ୍ୱାଭାବିକ ନ ହେଲେ ଖାଉଟି ବଜାର ବିପର୍ୟ୍ୟସ୍ତ ହେବ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘର ସଭାପତି ସୁଧାକର ପଣ୍ଡା କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.