ଆଜିଠୁ ବନ୍ଦ ରହିବ ଭିତରକନିକା
କେନ୍ଦ୍ରାପଡ଼ା: ଆଜିଠୁ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ। ବାଉଳା କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଭିତରକନିକା। ଆସନ୍ତା ୧୩ ତାରିଖ ପର୍ୟ୍ୟନ୍ତ ଅର୍ଥାତ ୯ ଦିନ ଧରି ଗଣନା କାର୍ୟ୍ୟ ଚାଲିବ। ତେବେ ଏହି ସମୟରେ ଭିତରକନିକା ନ ଆସିବାକୁ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।