THE BYAPINI

ଆଜି ଓଟିଟିରେ ରିଲିଜ ହେଉଛି ‘ଜାନେ ଜାନ’, ଡେବ୍ଲ୍ୟୁ କରୁଛନ୍ତି କରୀନା କପୁର ଖାନ୍‌

Get real time updates directly on you device, subscribe now.

ମୁମ୍ବାଇ: ଆଜି ଅନ୍‌ ଲାଇନ୍‌ ପ୍ଲାଟ୍‌ଫର୍ମରେ ଡେବ୍ଲ୍ୟୁ କରୁଛନ୍ତି ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍‌ । ଆଜି ତାଙ୍କର ଜନ୍ମଦିନ । କରୀନା ୪୩ ବର୍ଷରେ ପାଦ ଦେଇଛନ୍ତି ଏବଂ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଜାନେ ଜାନ’କୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି । ପୂର୍ବରୁ ତାଙ୍କର ଏହି କ୍ରାଇମ ଥ୍ରୀଲର ଫିଲ୍ମର ଟ୍ରେଲର ରିଲିଜ ହୋଇ ଖୁବ୍‌ ଚର୍ଚ୍ଚରେ ରହିଛି । ଫିଲ୍ମରେ ତାଙ୍କ ସହ ଅଭିନେତା ବିଜୟ ବର୍ମା ଏବଂ ଜୟଦୀପ ଅହଲୱାତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । କରୀନା କପୁରଙ୍କ ଏହି ଚଳଚ୍ଚିତ୍ର ନେଟଫ୍ଲିକ୍ସରେ ତାଙ୍କ ଜନ୍ମଦିନ ଅର୍ଥାତ୍‌ ଆଜି ମୁକ୍ତିଲାଭ କରିବ ।
‘ଜନେ ଜାନ’ ରିଲିଜ ହେବା ପୂର୍ବରୁ କରୀନା କପୁର ଅଭିନୟରୁ ଅବସର ନେବା ପ୍ରଶ୍ନ ଉପରେ ନିଜର ଉତ୍ତର ରଖିଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, “ମୁଁ ଏବେ ବି ଅଭିନୟ କରିବାକୁ ନେଇ ଉତ୍ସାହିତ ଅଛି । ଯେବେ ମୁଁ ଏହି ଉତ୍ସାହ ହରାଇବି, ତେବେ ଯାଇ ମୁଁ ଅବସର ନେବି । କାରଣ ୪୩ବର୍ଷ ବୟସରେ ମଧ୍ୟ ସେଟରେ ରହିବାର ଉତ୍ସାହ ଏବଂ କ୍ୟାମେରା ସାମ୍ନା କରିବାକୁ ଇଚ୍ଛା ଅଛି । ମୁଁ ଜାଣେ ଯେଉଁ ଦିନ ଏହି ଉତ୍ସାହ ରହିବ ନାହିଁ, ସେହି ଦିନ ମୁଁ ଅଭିନୟ କରିପାରିବି ନାହିଁ । କାରଣ ମୁଁ ଯାହା ପସନ୍ଦ ତାହା କରିବାକୁ ଭଲପାଏ । ମୁଁ ଖାଦ୍ୟକୁ ଭଲ ପାଏ, ସାଙ୍ଗମାନଙ୍କ ସହିତ ବୁଲିବାକୁ ଭଲପାଏ ଏବଂ ବାହାରକୁ ଯିବାକୁ ପସନ୍ଦ କରେ । ତେଣୁ ଯଦି ଏଭଳି ଦିନ ଆସିବ, ଯେଉଁଦିନ ମୋର ଅଭିନୟ କରିବାକୁ ଇଚ୍ଛା ହେବ ନାହିଁ, ସେଦିନ ମୁଁ ଅଭିନୟରୁ ଅବସର ନେବି । ଭାବୁଛି ୮୩ କି ୯୩ବର୍ଷ ବୟସରେ ମୋର ଆଉ ଅଭିନୟ କରିବାକୁ ଇଚ୍ଛା ହେବ ନାହିଁ ବୋଲି କହିଛନ୍ତି କରୀନା” ।

Get real time updates directly on you device, subscribe now.

Leave A Reply

Your email address will not be published.