THE BYAPINI

ଆଜି ଗନ୍ତବ୍ୟସ୍ଥଳରେ ପହଞ୍ଚିବ ଆଦିତ୍ୟ-ଏଲ-୧

Get real time updates directly on you device, subscribe now.

ନୂଆଦିଲ୍ଲୀ:  ଇସ୍ରୋର ଚନ୍ଦ୍ର ଅଭିଯାନ ସଫଳ ପରେ ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି ସୂର୍ୟ୍ୟ ମିଶନ। ଆଜି ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବ ଇସ୍ରୋର ପ୍ରଥମ ସୂର୍ୟ୍ୟ ମିଶନ ଆଦିତ୍ୟ-ଏଲ-୧। ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ପ୍ରଥମ ଲାଗ୍ରାଞ୍ଜିଆନ୍ ପଏଣ୍ଟ ବାଏଲ-୧ ପଏଣ୍ଟରେ ପହଞ୍ଚିବ ସୂର୍ୟ୍ୟ ମିଶନ।

ସେଠାରେ ଏଲ-୧  ପଏଣ୍ଟ ଚାରିପଟେ ଏକ ହାଲୋ ଅର୍ବିଟ ବା କକ୍ଷପଥରେ ଆଦିତ୍ୟକୁ ଅବସ୍ଥାପିତ କରିବା ପାଇଁ ଇସ୍ରୋ, ଆଦିତ୍ୟ ଏଲ-୧ର  ନିର୍ଣ୍ଣାୟକ ଗତିପଥ ପରିବର୍ତ୍ତନ କରିବ। ଅପରାହ୍ଣ ପ୍ରାୟ ୪ଟା ବେଳେ ଏହି ମାନ୍ୟୁଭର ବା ଗତିପଥ ପରିବର୍ତ୍ତନ କରାଯିବ। ଏହା ଇସ୍ରୋ ପାଇଁ ଏକ ସମ୍ପୂର୍ଣ୍ଣ ନୂଆ ଅଭିଜ୍ଞତା ଆଣିବ। କାରଣ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପୂର୍ବରୁ ପୃଥିବୀ, ମଙ୍ଗଳ ଓ ଚନ୍ଦ୍ର କକ୍ଷପଥରେ ସାଟେଲାଇଟ ଓ ଅର୍ବିଟରକୁ ଅବସ୍ଥାପିତ କରିସାରିଛି। 

କିନ୍ତୁ କୌଣସି ମହାଜାଗତିକ ପିଣ୍ଡ ନଥିବା ଫାଙ୍କା ସ୍ଥାନ ଚାରିପଟେ ଅର୍ଥାତ୍ ଏଲ-୧ ପଏଣ୍ଟ ଚାରିପଟେ ବୁଲିବା ପାଇଁ ସାଟେଲାଇଟକୁ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରିବା ଇସ୍ରୋ ପାଇଁ ସମ୍ପୂର୍ଣ୍ଣ ରୂପେ ନୂଆ ଅଭିଜ୍ଞତା। ଏଥିରେ ସଫଳ ହେଲେ ଇସ୍ରୋ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଆଉ ପାଦେ ଆଗେଇବ। 

Get real time updates directly on you device, subscribe now.

Leave A Reply

Your email address will not be published.