THE BYAPINI

ଆଜି ଜେଲ୍‌ରୁ ବାହାରିପାରନ୍ତି ଅର୍ଚ୍ଚନା ନାଗ

Get real time updates directly on you device, subscribe now.

ଭୁବନେଶ୍ୱର:  ଭୁବନେଶ୍ୱର ଝାରପଡ଼ା ଜେଲ୍‌ରୁ ବୁଧବାର ଦିନ ଜେଲ୍‌ରୁ ବାହାରିପାରନ୍ତି ଅର୍ଚ୍ଚନା ନାଗ । ଇଡି ମାମଲାରେ ହାଇକୋର୍ଟ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି । ପୂର୍ବରୁ ଆଉ ଏକ ମାମଲାରେ ମିଳିସାରିଛି ଜାମିନ ।

ବହୁ ଚର୍ଚ୍ଚିତ ହନିଟ୍ରାପ୍ ମାମଲାରେ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କୁ ମିଳିଛି ଜାମିନ । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ମିଳିଛି ଜାମିନ । ୨ ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ସେ ଜାମିନ ମିଳିଛି । ସାକ୍ଷୀଙ୍କୁ ପ୍ରଭାବିତ ନକରିବା, ପ୍ରମାଣ ନଷ୍ଟ ନକରିବା ଏବଂ ପ୍ରତ୍ୟେକ ତାରିଖରେ କୋର୍ଟରେ ହାଜିରା ଦେବା ଲାଗି ସର୍ତ୍ତ ରଖିଛନ୍ତି ମାନ୍ୟବାର ହାଇକୋର୍ଟ । ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ଅର୍ଚ୍ଚନା ଜାମିନ ପାଇସାରିଛନ୍ତି । ମୋଟ ତିନୋଟି ମାମଲାରେ ଜାମିନ ପାଇସାରିଛନ୍ତି ଅର୍ଚ୍ଚନା । ଦୀର୍ଘ ୧୪ ମାସ ଧରି ଝାରପଡ଼ା ଜେଲ୍‌ରେ ଥିଲେ ଅର୍ଚ୍ଚନା ନାଗ । ଆଉ ବୁଧବାର ଦିନ ଜେଲ୍‌ରୁ ମୁକୁଳିପାରନ୍ତି ଅର୍ଚ୍ଚନା ନାଗ ।

Get real time updates directly on you device, subscribe now.

Leave A Reply

Your email address will not be published.