ଆଜି ନୀଳଗିରିକୁ ପାସେଞ୍ଜର ଟ୍ରେନ ଲୋକାର୍ପଣ କରିବେ ରେଳମନ୍ତ୍ରୀ
ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳରେ ଅଞ୍ଚଳବାସୀଙ୍କ ସ୍ୱପ୍ନ ଆଜି ପୂରଣ ହେବାକୁ ଯାଉଛି । ନୀଳଗିରିକୁ ପାସେଞ୍ଜର ଟ୍ରେନ ଚାଲିବା ନେଇ ବହୁ ଦିନରୁ ଅଞ୍ଚଳବାସୀ ଅପେକ୍ଷା କରିଥିଲେ । ଶନିବାର ଦିନ ନୀଳଗିରି ଗୋପୀନାଥପୁର ଠାରେ ନୂତନ ରେଳଷ୍ଟେସନର ଲୋକାର୍ପଣ ହେବା ସହ ପାସେଞ୍ଜର ଟ୍ରେନ ଗଡିବା ପାଇଁ ଚୂଡାନ୍ତ ପ୍ରସ୍ତୁତି ସରିଛି ।
ନୀଳଗିରି ଅଞ୍ଚଳକୁ ପାସେଞ୍ଜର ଟ୍ରେନ ଚାଲିବା ନେଇ ଦାବି ହୋଇ ଆସୁଥିବା ବେଳେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ବାରମ୍ବାର ଦାବି କରିବା ସହ ଚିଠି ଲେଖି ଆସୁଥିଲେ । ଶେଷରେ ତାଙ୍କର ଦାବି ମଧ୍ୟ ପୂରଣ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରାଳୟ । ରେଳମନ୍ତ୍ରୀ ନୂତନ ଷ୍ଟେସନ ନିର୍ମାଣ କାର୍ୟ୍ୟର ଶୁଭ ପୂର୍ବରୁ ମାରି ଏହା ପ୍ରଧାନମନ୍ତ୍ରୀଙ୍କ ଅବଦାନ ବୋଲି କହିଥିଲେ । ସରିଥିବା ବେଳେ ନୂଆ ପାସେଞ୍ଜର ଟ୍ରେନ ଭେଟି ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆଜି ଏହାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେଉଛି ।