THE BYAPINI

ଆଜି ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତ

Get real time updates directly on you device, subscribe now.

ସମ୍ବଲପୁର: ଶୁକ୍ରବାର ସମ୍ବଲପୁରକୁ ଦୁଇ ଦିନିଆ ଗସ୍ତରେ ଯିବେ ଫାଇଭ-ଟି  ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁର ବରେଇପାଲି ପଡିଆ ଓ ରେଙ୍ଗାଲି କିଲାସମା ଷ୍ଟାଡିୟମରେ ଦୁଇଟି ସାଧାରଣ ସଭାକୁ ଫାଇଭ-ଟି ଅଧ୍ୟକ୍ଷ ସମ୍ବୋଧିତ କରିବାର କାର୍ୟ୍ୟକ୍ରମ ରହିଛି । ଦୁଇଟି ଯାକ ସାଧାରଣ ସଭାରେ ସେ ଲୋକଙ୍କ ଠାରୁ ଆବେଦନପତ୍ର ଗ୍ରହଣ କରିବା ସହ ରାଜ୍ୟ ସରକାରଙ୍କ  କିଛି ପ୍ରମୁଖ ବିକାଶମୂଳକ ଯୋଜନା ସମ୍ପର୍କରେ ସଚେତନ କରାଇବେ । ସମ୍ବଲପୁର ଗସ୍ତ ପୂର୍ବରୁ ଫାଇଭ-ଟି ଅଧ୍ୟକ୍ଷ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ଦୁଇଟି କାର୍ୟ୍ୟକ୍ରମରେ ମଧ୍ୟ ଯୋଗ ଦେବେ । ଭବାନୀପାଟଣା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ଗ୍ରାଉଣ୍ଡରେ ନୂଆ-ଓ କାର୍ୟ୍ୟକ୍ରମ ସହ ଶ୍ରୀକ୍ରିଷ୍ଣାନଗର ପଡିଆରେ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଶନିବାର ଫାଇଭ ଟି ଅଧ୍ୟକ୍ଷ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ସମଲେଇ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିବେ । ଏହାପରେ ସେ ସମଲେଶ୍ବରୀ ମନ୍ଦିର ଯାଇ ମାଙ୍କ ଦର୍ଶନ କରିବେ । ଏହାପରେ ସେ ମଣ୍ଡଳିଆ ପଡିଆରେ ନୂଆ-ଓ କାର୍ୟ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେବେ । କୁଚିଣ୍ଡା ଓ ରେଢାଖୋଲରେ ମଧ୍ୟ ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ୟ୍ୟକ୍ରମ ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.