ଆଜି ଭାରତ-ଆଫଗାନିସ୍ତାନ ଦ୍ବିତୀୟ ଟି-୨୦
ନୂଆଦିଲ୍ଲୀ: ଆଜି ଭାରତ ଓ ଆଫଗାନିସ୍ତାନ ଦ୍ବିତୀୟ ଟି୨୦ ମ୍ୟାଚ । ସିରିଜ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଳାଇବ ଟିମ ଇଣ୍ଡିଆ । ଦ୍ବିତୀୟ ମ୍ୟାଚ ଖେଳିବାକୁ ଘରୋଇ ଦଳ ଓ ଭ୍ରମଣାକାରୀ ଟିମ ଆଫଗାନ ପୁରା ପ୍ରସ୍ତୁତ । ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବାରୁ ଦ୍ବିତୀୟ ମ୍ୟାଚ ପାଇଁ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ଆଜିର ମ୍ୟାଚରେ ଦଳକୁ କମବ୍ୟାକ କରିବେ କିଙ୍ଗ କୋହଲି । ବର୍ତ୍ତମାନ ସିରିଜରେ ଭାରତ ୧-୦ରେ ଆଗୁଆ ରହିଥିବା ବେଳେ ଆଜିର ମ୍ୟାଚ ଜିତି ସିରିଜ ବରାବର ଲକ୍ଷ୍ୟରେ ରହିଛି ଆଫଗାନିସ୍ତାନ ଟିମ । ଭାରତଠାରୁ ସିରିଜ ଛଡାଇବାକୁ ଆଜି ଜୋରଦାର ଚେଷ୍ଟା କରିବ ଭ୍ରମଣକାରୀ ଦଳ । ଇନ୍ଦୋରର ହୋଲକାର ଷ୍ଟାଡିୟମରେ ଆଜି ସନ୍ଧ୍ୟା ୭ଟାରେ ଖେଳାଯିବ ଏହି ମ୍ୟାଚ ।ବ୍ୟକ୍ତିଗତ କାରଣ ଦର୍ଶାଇ ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଖେଳିନଥିଲେ କୋହଲି । ଆଜି କିନ୍ତୁ ଦ୍ବିତୀୟ ମ୍ୟାଚରେ କମବ୍ୟାକ କରିବେ ।