THE BYAPINI

ଆଜି ମିଜୋରାମ ଓ ଛତିଶଗଡ଼ ପ୍ରଥମ ପର୍ଯ୍ୟାୟ ଭୋଟ

Get real time updates directly on you device, subscribe now.

ନୂଆଦିଲ୍ଲୀ : ମିଜୋରାମ ବିଧାନସଭାର ସମସ୍ତ ୪୦ଟି ଆସନ ଓ ଛତିଶଗଡର ୨୦ଟି ବିଧାନସଭା ଆସନ ନିମନ୍ତେ ଆଜି ଭୋଟ ଗ୍ରହଣ କରାଯିବ। ମିଜୋରାମର ୮,୫୧,୮୯୫ଜଣ ଭୋଟରଙ୍କ ମତଦାନ ନିମନ୍ତେ ୧୨୭୬ଟି ମତଦାନ କେନ୍ଦ୍ର ଖୋଲାଯାଇଛି। ବିଧାନସଭା ନିର୍ବାଚନ ନିମନ୍ତେ ୧୭୪ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏମାନଙ୍କ ମଧ୍ୟରେ ୧୬ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେହିପରି ପ୍ରଥମ ପର୍ଯ୍ୟାୟରେ ଛତିଶଗଡର ୨୦ଟି ଆସନ ପାଇଁ ଭୋଟ ଗ୍ରହଣ ହେବ।

ଛତିଶଗଡର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ନକ୍ସଲମାନେ ହିଂସାକାଣ୍ଡ ଘଟାଇଛନ୍ତି। ନକ୍ସଲଙ୍କ ଆକ୍ରମଣରେ ଜଣେ ବିଏସଏଫ୍ ଯବାନ ଓ ଦୁଇଜଣ ନିର୍ବାଚନ କର୍ମଚାରୀ ଆହତ​‌ ହୋଇଛନ୍ତି। ନକ୍ସଲମାନେ ଆଇଇଡି ମାଧ୍ୟମରେ ବିସ୍ଫୋରଣ ଘଟାଇଛନ୍ତି। ଆହତ ବିଏସ୍‌ଏଫ୍ ଯବାନ ହେଉଛନ୍ତି ପ୍ରକାଶ ଚନ୍ଦ୍ର। ତାଙ୍କ ଗୋଡରେ ଆଘାତ ଲାଗି ଥିବାବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଅନ୍ୟ ଦୁଇଜଣ ନିର୍ବାଚନ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି। ବିଏସଏଫ୍ ଓ ପୁଲିସ କର୍ମଚାରୀଙ୍କ ସହିତ ନିର୍ବାଚନ ପରିଚାଳନା କର୍ମଚାରୀମାନେ ମାରବେଡାରୁ ରେଙ୍ଗାହାଟିର ଏକ ମତଦାନ କେନ୍ଦ୍ରକୁ ଯାଉଥିବାବେଳେ ନକ୍ସଲମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ସୂଚନାଯୋଗ୍ୟ ଛତିଶଗଡର ଅବଶିଷ୍ଟ ୭୦ଟି ଆସନ ପାଇଁ ନଭେମ୍ବର ୧୭ରେ ଭୋଟ ଗ୍ରହଣ ହେବ। ଏହି ଦୁଇ ରାଜ୍ୟ ସହିତ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନର ଭୋଟ ଗ୍ରହଣ ପରେ ଡିସେମ୍ବର ୩ରେ ଭୋଟ ଗଣତି ହେବ।

Get real time updates directly on you device, subscribe now.

Leave A Reply

Your email address will not be published.