THE BYAPINI

ଆଜି ସନ୍ଧ୍ୟା ୭ଟାରେ ନ୍ୟାସନାଲ ଜିଓଗ୍ରାଫିରେ ପ୍ରଦର୍ଶିତ ହେବ ଲୋୟର ସୁକତେଲର କାହାଣୀ

Get real time updates directly on you device, subscribe now.

ଭୁବନେଶ୍ବର: ବିଶ୍ୱ ଦେଖିବ ଲୋୟର ସୁକତେଲ ପ୍ରକଳ୍ପର କାହାଣୀ । ଓଡ଼ିଶା ରୂପାନ୍ତରଣର ଝଲକ ଦେଖିବ ପୁରା ବିଶ୍ବ । ନ୍ୟାସନାଲ ଜିଓଗ୍ରାଫିରେ ଆଜି ପ୍ରଦର୍ଶିତ ହେବ ଲୋୟର ସୁକତେଲର କାହାଣୀ । ଶନିବାର ସନ୍ଧ୍ୟା ୭ଟାରେ ଏହା ପ୍ରଦର୍ଶିତ ହେବ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

ଗତ ୩ ତାରିଖରେ ବଲାଙ୍ଗୀରରେ ଲୋକାର୍ପିତ ହୋଇଥିଲା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିଥିଲେ । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ବାରା ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ୨୦୩ଟି ଗାଁର ଏକ ଲକ୍ଷ ଏକର ଜମିକୁ ପାଣି ମିଳିବ । ୭୦ ହଜାରରୁ ଅଧିକ ଲୋକ ପିଇବା ପାଣିର ସୁବିଧା ପାଇବେ । ଏଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଛି ଲୋୟର ସୁକତେଲ ପ୍ରକଳ୍ପ ।

ନ୍ୟାସନାଲ ଜିଓଗ୍ରାଫିର ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଆଜି ସନ୍ଧ୍ୟା ୭ଟାରେ ପ୍ରଦର୍ଶିତ ହେବାକୁ ଯାଉଛି ଲୋୟର ସୁକତେଲ କାହାଣୀ । କେମିତି ତିଆରି ହୋଇଥିଲା ଲୋୟର ସୁକତେଲ ଡ୍ୟାମ, ପୁରା କାହାଣୀ ନ୍ୟାସନାଲ ଜିଓଗ୍ରାଫିର ସ୍ବତନ୍ତ୍ର କାର୍ୟ୍ୟକ୍ରମ ସୁପରଷ୍ଟ୍ରକ୍ଚରରେ ପ୍ରଦର୍ଶିତ ହେବ । ବଲାଙ୍ଗୀର ଜିଲ୍ଲାରେ ଜଳସେଚନ ଓ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ରୂପାନ୍ତରଣ ପ୍ରକଳ୍ପ ଲୋୟର ସୁକତେଲ ଡ୍ୟାମ ।

Get real time updates directly on you device, subscribe now.

Leave A Reply

Your email address will not be published.