THE BYAPINI

ଆରପାରିରେ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ସ୍ବରୂପ ନାୟକ

Get real time updates directly on you device, subscribe now.

କଟକ: ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ବରୁପ ନାୟକଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଗତକାଲି ତାଙ୍କର ପରଲୋକ ହୋଇଥିଲା । ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, ଗୀତିକାର, ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ତଥା ଅଭିନେତା ସ୍ବରୂପ ନାୟକ । ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବିଭିନ୍ନ କ୍ଷେତ୍ରରେ ସେ ସକ୍ରିୟ ଥିଲେ । ସଂଗୀତ ନିର୍ଦ୍ଦେଶନା କ୍ଷେତ୍ରର ସ୍ବରୂପ ନାୟକ ଅବିସ୍ମରଣୀୟ ସ୍ପର୍ଶ ଛାଡ଼ିଯାଇଥିବା ବେଳେ ସାଟାୟର ସଂଗୀତ ପାଇଁ ସେ ଥିଲେ ଲୋକପ୍ରିୟ ।

ଓଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ସ୍ବରୂପ ନାୟକଙ୍କୁ ଝୁରୁଛନ୍ତି ଓଡ଼ିଆ ସଙ୍ଗୀତପ୍ରେମୀ। ସେ ୧୯୮୬ରେ ରିଲିଜ୍ ହୋଇଥିବା ଓଡ଼ିଆ ସିନେମା ‘ହୀରାନୀଳା’ରେ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହାପରେ ସେ ବି ଆଉ ପଛକୁ ଫେରି ଚାହିଁ ନାହାନ୍ତି। ସେ ୪୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ୩୦ଟି ଚଳଚ୍ଚିତ୍ର ପାଇଁ ଗୀତ ରଚନା, ୬ଟିରେ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ଓ ୬ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ନିୟମିତ ଭାବେ ବିଭିନ୍ନ ନିର୍ଦ୍ଦେଶକଙ୍କ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସ୍ବରୂପ ନାୟକ ନାୟକ ଓଡ଼ିଆ ସିନେ ଜଗତର ଅଧିକାଂଶ ଆଗଧାଡ଼ିର ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ଖାଲି ସେତିକି ନୁହେଁ, ସେ ସେ ମୁଖ୍ୟତଃ ଓଡ଼ିଆ ଗାୟକଗାୟିକାଙ୍କୁ ତାଙ୍କ ଫିଲ୍ମରେ ସୁଯୋଗ ଦେଉଥିଲେ। ଯେଉଁ ସମୟରେ ତାଙ୍କର ସମସାମୟିକ ସଂଗୀତ ନିର୍ଦ୍ଦେଶକମାନେ ବାହାରର ଶିଳ୍ପୀ, ଯଥା ବଲିଉଡ୍ କିମ୍ବା ଟଲିଉଡ୍ ଗାୟକଗାୟିକାଙ୍କ ଉପରେ ନିର୍ଭର କରୁଥିଲେ ସେତେବେଳେ ବି ସ୍ବରୂପ ଓଡ଼ିଆ କଣ୍ଠଶିଳ୍ପୀଙ୍କୁ ବ୍ରେକ୍ ଦେଉଥିଲେ। ତାଙ୍କର ଦେହାନ୍ତ ପରେ ଓଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି । ସଙ୍ଗିତ କ୍ଷେତ୍ରରେ ଏକ ଅପୂରଣୀୟ ଶୁନ୍ୟସ୍ଥାନ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.