THE BYAPINI

ଆରମ୍ଭ ହେଲା ‘ମୋ ବସ୍‌‌’ର ଏକ୍ସପ୍ରେସ ସେବା,କେଉଁଠି ଜାଣନ୍ତୁ

Get real time updates directly on you device, subscribe now.

ଭୁବନେଶ୍ୱର : କ୍ୟାପିଟାଲ୍‌‌ ରିଜିୟନ୍‌‌ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସିଧାସଳଖ କଟକ ନେତାଜୀ ବସ୍‌‌ ଟର୍ମିନାଲ୍‌‌ (ସିିଏନ୍‌‌ବିଟି) ଏବଂ ପୁରୀ ବସ୍‌‌ ଷ୍ଟାଣ୍ଡ୍‌‌ ପର୍ୟ୍ୟନ୍ତ ‘ମୋ ବସ’ ଏକ୍ସପ୍ରେସ୍‌‌ ସେବା ଆରମ୍ଭ ହୋଇଛି। ବିମାନ ଯୋଗେ ଆସୁଥିବା ଯାତ୍ରୀମାନଙ୍କୁ ଏକ ନିରାପଦ ଯାତ୍ରାର ଅନୁଭୂତି ଦେବା ପାଇଁ ଏହି ବସ୍‌‌ ଚଳାଚଳ କରିବ। ବିମାନବନ୍ଦରରୁ ପୁରୀ ବସ୍‌‌ଷ୍ଟାଣ୍ଡ୍‌‌ ପର୍ୟ୍ୟନ୍ତ ଟିକେଟ ମୂଲ୍ୟ ୨୦୦ ଟଙ୍କା ଓ କଟକ ନେତାଜୀ ବସ୍‌‌ ଟର୍ମିନାଲ ପର୍ୟ୍ୟନ୍ତ ଟିକେଟ ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରର ୪ର୍ଥ ଲେନ୍‌‌ରେ ଉପଲବ୍ଧ ଥିବା ‘ମୋ ବସ୍‌‌’ ଯୋଗେ ଯାତ୍ରୀମାନେ ସିଧାସଳଖ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିପାରିବେ।
ରାଜ୍ୟ ବାହାର ତଥା ବିଦେଶରୁ ଆସୁଥିବା ପର୍ୟ୍ୟଟକମାନଙ୍କୁ ଉତ୍ତମ ସୁବିଧା ଯୋଗାଇ ଦେବା ପାଇଁ କ୍ୟାପିଟାଲ୍‌‌ ରିଜିୟନ୍‌‌ ଅର୍ବାନ ଟ୍ରାନ୍ସପୋର୍ଟ  ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି। ଯାହାକୁ ଯାତ୍ରୀମାନେ ବେଶ ପ୍ରଶଂସା କରିଛନ୍ତି। ପର୍ୟ୍ୟଟକଙ୍କ ସହ କଟକ, ପୁରୀ ବାସିନ୍ଦାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସେବା ଆରମ୍ଭ କରାଯାଇଥିବା କ୍ରୁଟ୍‌‌ ସୂଚନା ଦେଇଛି। ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରି ପର୍ୟ୍ୟଟନ କ୍ଷେତ୍ରକୁ ଜନସାଧାରଣଙ୍କର ଯାତାୟାତ ସୁବିଧା ବୃଦ୍ଧି କରିବା ଏବଂ ସହରାଞ୍ଚଳ କ୍ଷେତ୍ରରେ ସାମଗ୍ରିକ ସଂଯୋଗ ବୃଦ୍ଧି ଦିଗରେ ଏହି ଏକ୍ସପ୍ରେସ୍‌‌ ସେବା ଏକ ସକ୍ରିୟ ପଦକ୍ଷେପ ବୋଲି କ୍ରୁଟ୍‌‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମୋ ବସ୍‌‌ ସବୁବର୍ଗର ଲୋକମାନଙ୍କ ଉଦ୍ଦିଷ୍ଟ ଏକ ଯାତାୟତ ସେବା। ଏହି ଆନ୍ତଃ ସହରାଞ୍ଚଳ ପରିବହନ ପଦକ୍ଷେପ ଯାତ୍ରୀଙ୍କୁ ସହଜ ଓ ସୁଲଭ ଯାତ୍ରାର ଅନୁଭୂତି ଦେବା ସହ ସଠିକ୍‌‌ ସମୟରେ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବ ବୋଲି ସେ କହିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.