THE BYAPINI

ଆସନ୍ତା କାଲି ଠାରୁ ନୌସେନାରେ ସାମିଲ ହେବ ୭ମ ଯୁଦ୍ଧ ଜାହାଜ ମହେନ୍ଦ୍ରଗିରି

Get real time updates directly on you device, subscribe now.

ମୁମ୍ବାଇ: ଆସନ୍ତା କାଲି ଠାରୁ ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି ଯୁଦ୍ଧ ଜାହାଜ ମହେନ୍ଦ୍ରଗିରି । ଗତ ୧୭ ତାରିଖରେ ଷଷ୍ଠ ଯୁଦ୍ଧ ଜାହଜ ବିନ୍ଧ୍ୟଗିରି ଉଦଘାଟିତ ହୋଇଥିଲା । ଏହାରି ଭିତରେ ଭାରତ ନିର୍ମିତ ୬ଟି ଯୁଦ୍ଧଜାହଜ ନୌସେନାରେ ସାମିଲ ହୋଇସାରିଛି । ମହେନ୍ଦ୍ରଗିରି ସପ୍ତମ ଯୁଦ୍ଧ ଜାହାଜ ଭାବରେ ନୌସେନାରେ ସାମିଲ ହେବାକୁ ଯାୁଛି ଫଳରେ ଭାରତୀୟ ନୌସେନାର ସାମର୍ଥ୍ୟ ଓ ବଳ ବଢ଼ିବାକୁ ଯାଉଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଥିବା ସର୍ବାଧିକ ଆଧୁନିକ ଜ୍ଞାନକୌଶଳ ଯୁକ୍ତ ଯୁଦ୍ଧ ଜାହଜ ମହେନ୍ଦ୍ରଗିରିକୁ ଉପରାଷ୍ଟ୍ରପତି ଜଗଦ୍ଦୀପ ଧନକର ମୁମ୍ବାଇସ୍ଥିତ ମାଜଗାଓଁ ଡକୟାର୍ଡରେ ଉଦଘାଟନ କରିବେ । ମାଜଗାଓଁ ଡକ୍‌ ୟାର୍ଡ ଓ ଜିଆରଏସଇର ମିଳିତ ଉଦ୍ୟମରେ ଯୁଦ୍ଧଜାହଜ ନୌସେନାର ୧୭-ଏ ପ୍ରକଳ୍ପ ଅଧିନରେ ଏହାର ନିର୍ମାଣ କରାଯାଇଛି । ନୀଳଗିରି, ଉଦୟଗିରି, ତାରାଗିରି ଏବଂ ମହେନ୍ଦ୍ରଗିରି ଶ୍ରେଣୀର ଲିଡ୍‌ ଜାହାଜ, ନୀଳଗିରି ୨୮ ସେପ୍‌ଟେମ୍ବର ୨୦୧୯ ରେ ଲଞ୍ଚ କରାଯାଇଥିଲା, ଉଦୟଗିରି ୧୭ ମଇ ୨୦୨୨ ରେ ଆରମ୍ଭ ହୋଇଥିବାବେଳେ ତାରାଗିରି ୧୧ ସେପ୍‌ଟେମ୍ବର ୨୦୨୨ ରେ ଲଞ୍ଚ କରାଯାଇଥିଲା ଏବଂ ମହେନ୍ଦ୍ରଗିରି, ୧ ସେପ୍‌ଟେମ୍ବର ୨୦୨୩ ରେ ଉନ୍ମୋଚିତ ହେବ ।

Get real time updates directly on you device, subscribe now.

Leave A Reply

Your email address will not be published.