THE BYAPINI

ଆସନ୍ତା ରଥଯାତ୍ରା ସମୟରେ ଖୋଲାଯିବ ରତ୍ନଭଣ୍ଡାର

Get real time updates directly on you device, subscribe now.

ଭୁବନେଶ୍ବର: ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ଶ୍ରୀମନ୍ଦିରସ୍ଥ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ଗଚ୍ଛିତ ଥିବା ମୂଲ୍ୟବାନ ସମ୍ପତ୍ତିର ଗଣତି ଓ ମଣତି କରାଯିବ। ଏନେଇ ଗତ ଅଗଷ୍ଟ ୪ତାରିଖରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏପରିକି ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ସମୀର ମହାନ୍ତିଙ୍କ ଦ୍ବାରା ହାଇକୋର୍ଟରେ ଆଗତ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ହାଇକୋର୍ଟ ପରିଚାଳନା କମିଟିର ସମସ୍ତ ନିଷ୍ପତ୍ତି ଠିକ୍ ବୋଲି ଦର୍ଶାଇଥିବା ଗଜପତି ମହାରାଜା ଦିବ୍ୟସିଂହ ଦେବ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।

ଭାରତୀୟ ପ୍ରତ୍ନତତ୍ତ୍ବ ସଂରକ୍ଷଣ ବିଭାଗର ଅଧୀକ୍ଷକ ଯଥାଶୀଘ୍ର ରତ୍ନଭଣ୍ଡାର କାନ୍ଥର ଲେଜର୍‌ ସ୍କାନିଂ କରିବେ। ରତ୍ନଭଣ୍ଡାରର ବର୍ତ୍ତମାନ ସ୍ଥିତି ପରଖିବା ପାଇଁ ଏହି ସ୍କାନିଂ ଭିତର ବେଢ଼ା ପଟୁ କରାଯିବ। ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସ୍ବତନ୍ତ୍ର କମିଟିର ତତ୍ତ୍ବାବଧାନରେ ରତ୍ନଭଣ୍ଡାରରେ ଗଚ୍ଛିତ ମୂଲ୍ୟବାନ ସମ୍ପତ୍ତିର ମଣତି, ଗଣତି ଏବଂ ତାଲିକା ପ୍ରସ୍ତୁତି କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।ଶ୍ରୀମନ୍ଦିର ଅଧିନିୟମ ୧୯୬୦ର ଧାରା ୬ ଅନୁଯାୟୀ ରତ୍ନଭଣ୍ଡାର ଖୋଲାଯିବା ସମ୍ପର୍କରେ ରାଜ୍ୟ ସରକାର ଉପଯୁକ୍ତ ନିର୍ଦ୍ଦେଶନାମା ଜାରି କରିବାକୁ ଅନୁରୋଧ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.