ଭୁବନେଶ୍ୱର: ଘନୀଭୁତ ହେଉଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନେବ ଲଘୁଚାପର ରୂପ ନେବ ଓ ପରେ ପରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଏବଂ ଦକ୍ଷିଣ ଛତିଶଗଡ ଦେଇ ଅତିକ୍ରମ କରିବ । ଏହି ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଅତି ଭୀଷଣ ବର୍ଷା ନେଇ ୫ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ସୋନପୁର ଏବଂ ବଲାଙ୍ଗିରରେ ୨ଶହ ମିଲିମିଟରରୁ ଅଧିକ ବର୍ଷା ସମ୍ଭାବନା ଥିବାରୁ ରେଡ ଆଲର୍ଟ ଜାରି କରାଯାଇଛି । ସେହିଭଳି ନବରଙ୍ଗପୁର, ନୂଆପଡା, ବରଗଡ, ସମ୍ବଲପୁର, ନୟାଗଡ, କଟକ, ଅନୁଗୁଳ ଏବଂ ଗଞ୍ଜାମ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଉପକୂଳ ଓଡ଼ିଶାର ପୁରୀ, ଖେର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ଦେବଗଡ, ଝାରସୁଗୁଡା, ଗଜପତି, ରାୟଗଡା, ଢେଙ୍କାନାଳ ଏବଂ କୋରାପୁଟକୁ ସତର୍କ ସୂଚନା ଜାରି କରାଯାଇଛି ।