THE BYAPINI

ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଓଡିଶା ଏକ ନମ୍ବର

Get real time updates directly on you device, subscribe now.

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରୁଜୁ କରିବାରେ ଓଡ଼ିଶା ଦୁର୍ନୀତି ନିବାରଣ ନିର୍ଦେଶାଳୟ (ଭିଜିଲାନ୍ସ) ସମଗ୍ର ଦେଶରେ ଏକ ନମ୍ବର ସ୍ଥାନରେ ରହିଛି। ଜାତୀୟ ଅପରାଧ ନଥି ସଂସ୍ଥା (ଏନସିଆରବି) ପକ୍ଷରୁ ପ୍ରକାଶିତ ୨୦୨୨ ଅପରାଧ ତଥ୍ୟରେ ଏହା ଦର୍ଶାଯାଇଛି। ଏନସିଆରବି ତଥ୍ୟ ଅନୁଯାୟୀ ଓଡ଼ିଶାରେ ସର୍ବାଧିକ ଆୟ ବର୍ହିଭୂତ ସମ୍ପତ୍ତି ମାମଲା ରୁଜୁ ହୋଇଥିଲା ବେଳେ ଦଣ୍ଡବିଧାନରେ ଦ୍ବିତୀୟ ସ୍ଥାନରେ ରହିଛି। କ୍ରମାଗତ ଦ୍ବିତୀୟ ଥର ଲାଗି ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଛି। ୨୦୨୧ରେ ଏହି ସଂଖ୍ୟା ୯୨ ଥିଲା।

ପ୍ରକାଶିତ ତଥ୍ୟ ଅନୁସାରେ ୨୦୨୨ ମସିହାରେ ଦେଶରେ ୩୭୨ଟି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ ହୋଇଥିଲା ବେଳେ ଓଡ଼ିଶାରେ ସର୍ବାଧିକ ୮୫ଟି ମାମଲା ହୋଇଛି। ୫୬ଟି ମାମଲା ରୁଜୁ କରି କର୍ଣ୍ଣାଟକ ଦ୍ବିତୀୟ ସ୍ଥାନରେ ଥିବା ବେଳେ ୪୮ଟି ମାମଲା କରି ବିହାର ତୃତୀୟ ସ୍ଥାନରେ ରହିଛି। ସରକାରୀ ଅର୍ଥ ଆତ୍ମସାତ ମାମଲାରେ ୧୩୫ଟି ମାମଲା ରୁଜୁ କରି ପଞ୍ଜାବ ଏକ ନମ୍ବର ସ୍ଥାନରେ ଥିବା ବେଳେ ୮୪ଟି ମାମଲା କରି ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ୩୨୧ଟି ମାମଲାର ଅଭିଯୋଗ ଫର୍ଦ ଦାଖଲ କରି ଓଡିଶା ଭିଜିଲାନ୍ସ ତୃତୀୟ ସ୍ଥାନରେ ଥିଲା ବେଳେ ୪୮୪ଟି ଅଭିଯୋଗ ଫର୍ଦ ଦାଖଲ କରି ରାଜସ୍ଥାନ ଦ୍ବିତୀୟ ଓ ମହାରାଷ୍ଟ୍ର ୪୯୭ଟି ଅଭିେଯାଗ ଫର୍ଦ ଦାଖଲ କରି ପ୍ରଥମ ସ୍ଥାନରେ ରହିଛି। ସେହିପରି ୫୫୧ଜଣ ବ୍ୟକ୍ତିଙ୍କ ବିେରାଧରେ ଅଭିଯୋଗ ଫର୍ଦ ଦାଖଲ କରି ଓଡିଶା ତୃତୀୟ ସ୍ଥାନରେ ରହିଛି। ଏହି କ୍ଷେତ୍ରରେ ୭୨୪ ବ୍ୟକ୍ତିଙ୍କ ବିେରାଧରେ ଅଭିେଯାଗ ଫର୍ଦ ଦାଖଲ କରି ରାଜସ୍ଥାନ ପ୍ରଥମ ସ୍ଥାନରେ ରହିଛି। ୯୦ଟି ମାମଲାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଓଡିଶା ଭିଜିଲାନ୍ସ ତୃତୀୟ ସ୍ଥାନରେ ଥିବା ବେଳେ ୧୧୦ ମାମଲାରେ ଦୋଷୀ ସାବ୍ୟସ୍ତ କରି ମଧ୍ୟପ୍ରଦେଶ ପ୍ରଥମ ସ୍ଥାନରେ ରହିଛି। ୨୦୨୨ବର୍ଷରେ ୧୨୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଓଡିଶା ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ୧୪୪ ଜଣକୁ ଦୋଷୀ ସାବ୍ୟସ୍ତ କରି ରାଜସ୍ଥାନ ପ୍ରଥମରେ ରହିଛି। ୩୦ଜଣ ଦୋଷୀ ସାବ୍ୟସ୍ତ ସରକାରୀ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କ୍ଷେତ୍ରରେ ଓଡିଶା ତୃତୀୟ ସ୍ଥାନରେ ଥିବା ବେଳେ ତାମିଲନାଡୁ ପ୍ରଥମ (୫୮) ସ୍ଥାନରେ ରହିଛି। ୪୧ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କ୍ଷେତ୍ରରେ ଓଡିଶା ଦ୍ବିତୀୟରେ ଥିବା ବେଳେ ୮୪ଜଣଙ୍କୁ େଦାଷୀ ସାବ୍ୟସ୍ତ କରି ତାମିଲନାଡୁ ପ୍ରଥମ ସ୍ଥାନରେ ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.