THE BYAPINI

ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ ପାଇଁ ଭାରତୀୟ ଟିମ୍ ଘୋଷଣା

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜାନୁଆରୀ ୨୫ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ବିସିସିଆଇ ଶୁକ୍ରବାର ଦଳ ଘୋଷଣା କରିଛି । ରୋହିତ୍ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳରେ ଯୁବ ୱିକେଟ୍ କିପର ଧ୍ରୁଭ ଜୁରେଲ ସ୍ଥାନ ପାଇଛନ୍ତି । ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଭାରତ ତିନି ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ସଙ୍କୁ ଦଳରେ ସାମିଲ କରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ବିଶ୍ରାମ ନେବା ପାଇଁ କିଶନ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେବେଠାରୁ ସେ ଦଳ ବାହାରେ ଅଛନ୍ତି । ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପରେ ସେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ମଧ୍ୟ ଦଳରେ ସ୍ଥାନ ପାଇନାହାନ୍ତି । ଆଫଗାନିସ୍ତାନ ବିପକ୍ଷ ସିରିଜ୍ ପୂର୍ବରୁ କୋଚ୍ ରାହୁଲ ଦ୍ରାବିଡ କହିଥିଲେ ଯେ ଦଳରେ ସ୍ଥାନ ପାଇବା ପାଇଁ ଇଶାନଙ୍କୁ ଘରୋଇ କ୍ରିକେଟ୍ ଖେଳିବାକୁ ପଡ଼ିବ।

ପୁରୁଷ ଚୟନ କମିଟି ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଭାରତ ଦଳ ଘୋଷଣା କରିଛି । ଭାରତ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ, ଯାହାର ପ୍ରଥମ ମ୍ୟାଚ୍ ଜାନୁଆରୀ ୨୫ରୁ ହାଇଦ୍ରାବାଦରେ ଅନୁଷ୍ଠିତ ହେବ । ଡିସେମ୍ବରରେ ଭାରତ ବିପକ୍ଷ ପାଞ୍ଚ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ପୁରୁଷ ଚୟନ ପ୍ୟାନେଲ ୧୬ ଖେଳାଳିଙ୍କ ଦଳ ଘୋଷଣା କରିସାରିଛି ।

ଟିମ୍ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଜୟସୱାଲ, ବିରାଟ କୋହଲି, ଏସ.ଆୟର, କେଏଲ୍ ରାହୁଲ, କେ.ଏସ୍ ଭରତ, ଧ୍ରୁଭ ଜୁରେଲ, ଆର ଅଶ୍ୱିନ, ଆର.ଜାଡେଜା, ଅକ୍ସର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଜଶପ୍ରୀତ ବୁମରା (ଉପ-ଅଧିନାୟକ), ଆବେଶ ଖାନ ।

ଟିମ୍ ଇଂଲଣ୍ଡ: ବେନ୍ ଷ୍ଟୋକ୍ସ (ଅଧିନାୟକ), ରେହାନ୍ ଅହମ୍ମଦ, ଜେମ୍ସ ଆଣ୍ଡରସନ୍, ଗୁସ୍ ଆଟକିନ୍ସନ୍, ଜନି ବେରିଷ୍ଟୋ, ଶୋଏବ ବଶିର, ହ୍ୟାରି ବ୍ରୁକ୍, ଜ୍ୟାକ୍ କ୍ରଲି, ବେନ୍ ଡକେଟ୍, ବେନ୍ ଫକ୍ସ, ଟମ୍ ହାର୍ଟଲି, ଜ୍ୟାକ୍ ଲିଚ୍, ଓଲି ପୋପ୍, ଓଲି ରବିନ୍ସନ୍, ଜୋ ରୁଟ୍, ମାର୍କ ଉଡ୍ ।

Get real time updates directly on you device, subscribe now.

Leave A Reply

Your email address will not be published.