THE BYAPINI

ଇସ୍ତଫା ଦେଲେ ପଙ୍କଜ ତ୍ରିପାଠୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଲୋକପ୍ରିୟ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ ନିର୍ବାଚନ ଆୟୋଗଙ୍କ ନ୍ୟାସନାଲ ଆଇକନ ପଦରୁ ଓହରି ଯାଇଛନ୍ତି । ନିଜ ସହମତିରେ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି । ନିର୍ବାଚନ ଆୟୋଗ, ସୋସିଆଲ ମିଡିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି । ପଙ୍କଜ ତ୍ରିପାଠୀ ତାଙ୍କ ଆଗାମୀ ଫିଲ୍ମ ‘ମେ ଅଟଲ ହୁଁ’ ପାଇଁ ଏହି ପଦରୁ ଓହରିଥିବା କୁହାଯାଇଛି । ସୂଚନା ଥାଉ କି, ୨୦୨୨ରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପଙ୍କଜଙ୍କୁ ନ୍ୟାସନାଲ ଆଇକନ ଭାବରେ ନିଯୁକ୍ତ କରାଯାଇଥିଲା ।ଏକ୍ସରେ ନିର୍ବାଚନ ଆୟୋଗ ଏହି ସୂଚନା ଦେଇ ଲେଖିଛନ୍ତି ଯେ, ଆଗାମୀ ଫିଲ୍ମରେ ଅଭିନେତା ଏକ ରାଜନୈତିକ ନେତା ଭାବେ ନିଜର ଭୂମିକାକୁ ଗ୍ରହଣ କରି ପଙ୍କଜ ତ୍ରିପାଠୀ ସ୍ବାକ୍ଷାରିତ କରିଥିବା MOUର ସର୍ତ୍ତାବଳୀ ଆନୁଯାୟୀ ନିଜ ସହମତିରେ ସେ ଏହି ପହରୁ ଇସ୍ତଫା ଦେଇଛନ୍ତି । ନିର୍ବାଚନ ଆୟୋଗ ୨୦୨୨ରେ ମତଦାତାଙ୍କୁ ସଚେତନ କରାଇଥିବା ନେଇ ଅଭିନେତାଙ୍କୁ କୃତଜ୍ଞତା ଜଣାଉଛି । ସେ ଆହୁରି କହିଛନ୍ତି, ଅଭିନେତା ତାଙ୍କ ଆଗାମୀ ‘ମେ ଅଟଲ ହୁଁ’ ଫିଲ୍ମ ପାଇଁ ଏହି ପଦରୁ ଓହରିଛନ୍ତି ।•ସୂଚନା ଥାଉ କି, ନିର୍ବାଚନ ଆୟୋଗ ମତଦାତାଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ସିନେମାର ଲୋକପ୍ରିୟ ସେଲିବ୍ରିଟିଙ୍କୁ ନ୍ୟାସନାଲ ଆଇକନ ଭାବେ ବା ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଥାଏ । ଏପରି ପରିସ୍ଥିତିରେ ୨୦୨୨ରେ ନ୍ୟାସନାଲ ଆଇକନ ଭାବେ ପଙ୍କଜ ତ୍ରିପାଠୀ ନିଯୁକ୍ତ ହୋଇଥିଲେ । ତେବେ ପଙ୍କଜ ତ୍ରିପାଠୀ ବର୍ତ୍ତମାନ ଆଗାମୀ ଫିଲ୍ମ ‘ମେ ଅଟଲ ହୁଁ’ ଫିଲ୍ମ ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବାୟୋପିକ୍ ଅଟେ । ଏଥିସହ ଏହି ଫିଲ୍ମରେ ଅଭିନେତା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଜାନୁଆରୀ ୧୯ ତାରିଖରେ ଏହି ଫିଲ୍ମ ବଡ ପରଦାରେ ରିଲିଜ ହେବ । 

Get real time updates directly on you device, subscribe now.

Leave A Reply

Your email address will not be published.