ନୂଆଦିଲ୍ଲୀ : ଇସ୍ରାଏଲ-ଯୁଦ୍ଧର ପ୍ରଭାବରେ ପେଟ୍ରୋଲ, ଡିଜେଲ ଦର ବଢ଼ିପାରେ ବୋଲି ବଜାର ବିଶେଷଜ୍ଞ ଆକଳନ କରିଛନ୍ତି।
ବଜାର ବିଶେଷଜ୍ଞଙ୍କ କହିବାନୁସାରେ, ଯଦି ଅଶୋଧିତ ତୈଳ ଯୋଗାଣ ହ୍ରାସ ପାଏ, ତେବେ ବଜାରରେ ମୂଲ୍ୟ ବୃଦ୍ଧି ପାଇବ। ଫଳରେ ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିବାକୁ ବାଧ୍ୟ ହେବେ। ଦେଶରେ ଦୀର୍ଘଦିନ ଧରି ପେଟ୍ରୋଲ-ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ପଇସା ଥିବାବେଳେ ଡିଜେଲ ଦର ୮୯ ଟଙ୍କା ୬୨ ପଇସା ରହିଛି। ମୁମ୍ବଇରେ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୩୧ ପଇସା ଥିବାବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୨୭ ପଇସା ରହିଛି। ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦର ୧୦୩ ଟଙ୍କା ୧୯ ପଇସା ଥିବାବେଳେ ଡିଜେଲ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ରହିଛି। ଅନ୍ୟପକ୍ଷରେ ଆଗକୁ ନିର୍ବାଚନ ଥିବାରୁ ଡିଜେଲ, ପେଟ୍ରୋଲ ମୂଲ୍ୟ ଅପରିବର୍ତ୍ତିତ ରଖିପାରନ୍ତି ବୋଲି କେତେକ ବଜାର ବିଶେଷଜ୍ଞ ମତ ଦେଇଛନ୍ତି । ସେହିପରି ଯୁଦ୍ଧ ଫଳରେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ କ୍ରମାଗତ ବୃଦ୍ଧି ଜାରି ରହିଛି। ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଭାରତ ପାଇଁ ବିଶେଷ ସମସ୍ୟା ସୃଷ୍ଟି କରିବ। ଭାରତ ଏହାର ଆବଶ୍ୟକ ଇନ୍ଧନର ୮୦% ଆମଦାନୀ ଦ୍ୱାରା ଭରଣା କରିଥାଏ। ବର୍ତ୍ତମାନ ଭାରତୀୟ ଟଙ୍କା ଡଲାର ତୁଳନାରେ ଦୁର୍ବଳ ହେଉ ଥିବାବେଳେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧିପାଇବାରେ ଲାଗିଛି।
Get real time updates directly on you device, subscribe now.
![](https://thebyapini.in/wp-content/uploads/2020/10/Byapini_logo_header.jpg)