THE BYAPINI

ଉଠିଲା ନିଲମ୍ବନ

Get real time updates directly on you device, subscribe now.

ଭୁବନେଶ୍ୱର: ଆଗକୁ ସାଧାରଣ ନିର୍ବାଚନ । ଏହା ପୂର୍ବରୁ ରାଜ୍ୟ କଂଗ୍ରେସ ଏବେ ନିଜର ଘର ସଜାଡ଼ିବାରେ ଲାଗିଛି । ଏହି କ୍ରମରେ ଆଜି କଂଗ୍ରେସ ପକ୍ଷରୁ ଦୁଇ ବରିଷ୍ଠ ନେତାଙ୍କ ଉପରୁ ଲଗାଯାଇଥିବା ନିଲମ୍ବନ ଆଦେଶକୁ ହଟାଇଦେଇଛି ।  ସେମାନେ ହେଲେ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ । ଏହାଛଡ଼ା ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ମଧ୍ୟ ନିଲମ୍ବନ ହଟିଛି ।   ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି ।  

ପ୍ରକାଶ ଯେ ଉଭୟ ମୋକିମ ଓ ଚିରଞ୍ଜୀବ ପାଖାପାଖି ୬ମାସ ଧରି କଂଗ୍ରେସରୁ ନିଲମ୍ବିତ ହୋଇଥିଲେ। ତେବେ ସୋମବାର ଏହି ଦୁଇ ହେଭିୱେଟ୍‌ ନେତା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିଥିଲେ ।

ସୂଚନାଯୋଗ୍ୟ, ଦଳ ବିରୋଧୀ କାର୍ୟ୍ୟ ପାଇଁ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସ୍ ଜୁଲାଇ ୧୫ ତାରିଖ ଦିନ ନିଲମ୍ବନ କରିଥିଲା ।  ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗରେ ଦଳ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।  ଦଳ ବିରୋଧୀ କାର୍ୟ୍ୟ ପାଇଁ ଉଭୟଙ୍କ ବିରୋଧରେ ଏହି ଆକ୍ସନ ନିଆଯାଇଥିବା ଏଆଇସିସି ପକ୍ଷରୁ କୁହାଯାଇଥିଲା ।  ସୂଚନା ଭବନରେ ‘ଜାନକୀ-ବସନ୍ତଙ୍କ ଯୋଡି: କଂଗ୍ରେସର ସୁବର୍ଣ୍ଣ ଯୁଗ’ ଶୀର୍ଷକ କାର୍ୟ୍ୟକ୍ରମରେ ଏହି ଦୁଇ ନେତାଙ୍କ ବୟାନକୁ ନେଇ ହୋଇଥିଲା ବିବାଦ । ଖୋଲା ମଞ୍ଚରେ ୨ ନେତା ଦଳ ବିରୋଧୀ ମନ୍ତବ୍ୟ ଦେଇଥିଲେ । ରାଜ୍ୟ ନେତୃତ୍ଵକୁ ନେଇ ପ୍ରଶ୍ନ ଉଠାଇଥିଲେ ।

ସେହିପରି ୨୦୧୯ ଜାନୁଆରୀ ୧୯ରେ ନିଲମ୍ବିତ ହୋଇଥିଲେ କୃଷ୍ଣ ସଗରିଆ ।

Get real time updates directly on you device, subscribe now.

Leave A Reply

Your email address will not be published.