THE BYAPINI

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କମିଟି ଗଠନ କଲେ କେନ୍ଦ୍ର ସରକାର

Get real time updates directly on you device, subscribe now.

ନୂଆଦିଲ୍ଲୀ: ଏକ ଦେଶ ଏକ ନିର୍ବାଚନ ବ୍ୟବସ୍ଥା କାର୍ଯ୍ୟକାରୀ କରାଇବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଭାପତିତ୍ୱରେ କେନ୍ଦ୍ରସରକାର ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କମିଟି ଗଠନ କରିଛନ୍ତି । ଏହି କମିଟି ଭାରତର ସମସ୍ତ ରାଜ୍ୟରେ ଏକସମୟରେ ନିର୍ବାଚନ କରିବା ନିମନ୍ତେ ଆଗତ ପ୍ରସ୍ତାବ ଉପରେ ଆଲୋଚନା କରିବେ । ଏହି କମିଟିର ଅନ୍ୟାନ୍ୟ ସଦସ୍ୟଙ୍କ ସମ୍ପର୍କରେ ଖୁବ ଶୀଘ୍ର ବିଜ୍ଞପ୍ତି ଜାରି କରାଯିବ । ଚଳିତ ମାସ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବିଲ୍‌ ଆଣିପାରନ୍ତି ବୋଲି ଗୁରୁବାର ଦିନ ଚର୍ଚ୍ଚା ହେଉଥିବାବେଳେ ଏହି କମିଟିର ଗଠନ ଉକ୍ତ ଚର୍ଚ୍ଚାକୁ ଅଧିକ ବଳ ଦେଇଛି ।
ସମ୍ପ୍ରତି ଦେଶରେ ପୃଥକ୍‌ ଭାବେ ବିଧାନସଭା ଓ ଲୋକସଭା ନିର୍ବାଚନ କରାଯାଉଛି । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ରାଜନୈତିକ ଦଳମାନେ ଓ ନିର୍ବାଚନ କରାଇବା ପାଇଁ ଭାରତର ନିର୍ବାଚନ କମିସନ୍‌ କରିଥିବା ଖର୍ଚ୍ଚକୁ ମିଶାଇଲେ ଗତ ୨୦୧୯ ଲୋକସଭା ନିର୍ବାଚନରେ ପ୍ରାୟ ୬୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ବୋଲି ସୂଚନା ମିଳିଛି । କିନ୍ତୁ, ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ପ୍ରଚଳନ କଲେ ନିର୍ବାଚନ ଖର୍ଚ୍ଚ କମିଯିବ ବୋଲି ଯୁକ୍ତି ଉପସ୍ଥାପିତ କରାଯାଇଛି ।
କିନ୍ତୁ, ଏକ ବହୁଦଳୀୟ ଗଣତନ୍ତ୍ରରେ ଏକକାଳୀନ ସମସ୍ତ ନିର୍ବାଚନ କରାଇବା କଷ୍ଟସାଧ୍ୟ କହି ବିରୋଧୀ ଦଳ ପକ୍ଷରୁ ସରକାରଙ୍କର ଏହି ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରାଯାଇଛି । ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରି କଂଗ୍ରେସ ପ୍ରଶ୍ନ କରିଛି ବର୍ତ୍ତମାନ ଏହାର ଆବଶ୍ୟକତା କ’ଣ ? ମୁଦ୍ରାସ୍ଫୀତି, ବେକାରୀ ସମସ୍ୟା ଭଳି ପ୍ରଥମ ପ୍ରସଙ୍ଗଗୁଡିକ ସମାଧାନ କରାଯିବା ଉଚିତ୍‌ ବୋଲି ବିରୋଧୀ ମାନେ ମତ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.