THE BYAPINI

ଏଣିକି ଶୀତ ଆହୁରି ଅନୁଭୂତ ହେବ

Get real time updates directly on you device, subscribe now.

 ଭୁବନେଶ୍ୱର:  ଏଣିକି ରାତିରେ ତାପମାତ୍ରା ଆହୁରି କମିବ । ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବ । ତେଣୁ ଶୀତ ଆହୁରି ଅନୁଭୂତ ହେବ ବୋଲି ଜଣାପଡିଛି । ଉପକୂଳ ଓଡିଶାରେ ରାତିରେ ତାପମାତ୍ରା ୧୫ ଡିଗ୍ରୀ ତଳେ ପୁଣିଥରେ ରହିବ ବୋଲି କୁହାଯାଇଛି । ସେହିପରି ଆଭ୍ୟନ୍ତରୀଣ ଓଡିଶାରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରହିବ ବୋଲି ଆକଳନ କରାଯାଇଛି । ତେବେ ଶୀତ ବଢିବା ସହିତ ୧୫ ଯାଏ କୁହୁଡି ମଧ୍ୟ ବଢିବ ବୋଲି ଜଣାପଡିଛି ।

ଏହା ଭିତରେ କିନ୍ତୁ ୧୭ରେ ଉତର ଓଡିଶାରେ ହାଲୁକା ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ପଶ୍ଚିମଝଡ ପ୍ରଭାବରେ ଉତର ଓ ଉତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଘଡଘଡି ସହ ହାଲୁକା ବର୍ଷା ହୋଇପାରେ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.