THE BYAPINI

ଏଣିକି ଶ୍ରୀମନ୍ଦିରରେ ମିଳିବ ଅବଢା, ମହାପ୍ରସାଦ ଉପରୁ ହଟିଲା କଟକଣା । ଡିସେମ୍ବର ଶେଷରେ ଖୋଲିପାରେ ଶ୍ରୀମନ୍ଦିର ।

Get real time updates directly on you device, subscribe now.

ଭକ୍ତଙ୍କ ପାଇଁ ଖୁସି ଖବର । ଏଣିକି ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ । ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ କରୋନା ସ୍ଥିତି ଧିରେ ଧିରେ ସ୍ୱାଭାବିକ ହେଉଥିବାରୁ ମହାପ୍ରସାଦ ଉପରୁ କଟକଣା ହଟାଯାଇଛି । ଶ୍ରୀମନ୍ଦିରରେ ମହାପ୍ରସାଦ ପାଇଁ ଭକ୍ତ ମାନେ ବରାଦ ଦେଇପାରିବେ । ଜିଲ୍ଲା ବାହାର ଓ ରାଜ୍ୟ ବାହାର ଭକ୍ତ ମାନେ ମଧ୍ୟ ମହାପ୍ରସାଦ ପାଇପାରିବେ ।

କରୋନା କଟକଣା ପାଇଁ ପୁରୀ ଶ୍ରୀମନ୍ଦିର ବନ୍ଦ ରହିଛି । ସଂକ୍ରମଣକୁ ରୋକିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଥିଲା । ମନ୍ଦିର ବନ୍ଦ ରହିବା ଯୋଗୁଁ ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ମହାପ୍ରସାଦ ମିଳୁନଥିଲା । ଯାହା ଫଳରେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଏପରିକି କାର୍ତିକ ମାସରେ ମଧ୍ୟ ମହାପ୍ରସାଦ ଯୋଗାଇଦେବା ପାଇଁ ନିଷ୍ପତ୍ତି ହୋଇଛି । ସୁଆର ମହାସୁଆର ନିଯୋଗ ସହ ମୁଖ୍ୟ ପ୍ରଶାସକ ଏ ନେଇ ଆଲୋଚନା କରିଥିଲେ । ଅନ୍ୟପଟେ ଡିସେମ୍ବର ପ୍ରଥମ ସପ୍ତାହରେ ଶ୍ରୀମନ୍ଦିର ଖୋଲିପାରେ । ଦୀର୍ଘ ସାତ ମାସ ଧରି ଶ୍ରୀମନ୍ଦିର ବନ୍ଦ ରହିଥିବାରୁ ଭକ୍ତ, ସେବାୟତଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା । ବିଭିନ୍ନ ସ୍ଥାନରେ ମନ୍ଦିର ଖୋଲିବା ଦାବି ନେଇ ମଧ୍ୟ ଅଭିନବ ପ୍ରତିବାଦ କରାଯାଇଥିଲା । ଯାହା ଫଳରେ ପ୍ରଶାସନ ମନ୍ଦିର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.