ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ୨୦୨୩ର ସ୍କାସ୍ ଖେଳର ଫାଇନାଲ ମ୍ୟାଚ୍ରେ ବାଜି ମାରିଲାନେଲା ଭାରତ । ଭାରତୀୟ ସ୍କ୍ୱାସ୍ ଦଳ ଫାଇନାଲରେ ପାକିସ୍ତାନକୁ ୨-୧ରେ ପରାସ୍ତ କରି ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛି । ବେଷ୍ଟ-ଅଫ୍-ଥ୍ରୀ ଫାଇନାଲରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଡା ପ୍ରତିଯୋଗିତା ହୋଇଥିଲା । ତୃତୀୟ ଫାଇନାଲରେ ଅଭୟ ସିଂ, ନୁର ଜମାନକୁ ୧୧-୭, ୯-୧୧, ୭-୧୧, ୧୧-୯ ଏବଂ ୧୨-୧୦ରେ ପରାସ୍ତ କରି ଭାରତକୁ ସ୍ୱର୍ଣ୍ଣ ପ୍ରଦାନ କରିଛନ୍ତି । ଆଜି ଭାରତ ପାଇଁ ଏହା ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଥିଲା । ଭାରତ ବର୍ତ୍ତମାନ ଏସିଆନ୍ ଗେମ୍ସରେ ମୋଟ ୧୦ଟି ସ୍ୱର୍ଣ୍ଣ ପଦକ ଜିତି ସାରିଛି ।
ବେଷ୍ଟ-ଅଫ୍-ଥ୍ରୀ ଫାଇନାଲର ପ୍ରଥମ ମ୍ୟାଚରେ ଭାରତୀୟ ସ୍କ୍ୱାସ୍ ଖେଳାଳି ମହେଶ ଏମ୍ ହାରିଯାଇଥିଲେ । ସେ ପାକିସ୍ତାନର ନୁର ଇକବାଲଙ୍କଠାରୁ ୮-୧୧, ୩-୧୧, ୨-୧୧ରେ ପରାସ୍ତ ହୋଇଥିଲେ । ଏହା ପରେ ସୌରଭ ଘୋଷାଲ ଭାରତ ପାଇଁ ଏକ ଶକ୍ତିଶାଳୀ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ମହମ୍ମଦ ଅସୀମଙ୍କୁ ୧୧-୫, ୧୧-୧, ୧୧-୩ରେ ପରାସ୍ତ କରି ମ୍ୟାଚକୁ ବରାବର କରିଥିଲେ । ପରେ ତୃତୀୟ ମ୍ୟାଚରେ ଅଭୟ ସିଂ, ନୁର ଜମାନକୁ ୧୧-୭, ୯-୧୧, ୭-୧୧, ୧୧-୯ ଏବଂ ୧୨-୧୦ରେ ପରାସ୍ତ କରି ଭାରତକୁ ସ୍ୱର୍ଣ୍ଣ ପ୍ରଦାନ କରିଥିଲେ ।
Get real time updates directly on you device, subscribe now.
![](https://thebyapini.in/wp-content/uploads/2020/10/Byapini_logo_header.jpg)