କଲମ୍ବୋ: ଏସିଆ କପ୍ର ୫୦ ତମ ମ୍ୟାଚ୍ରେ ଭାରତ ପାକିସ୍ତାନ ଲଢେ଼ଇ ହେବାକୁ ଯାଉଛି । ଏସିଆ କପ୍ରେ ଶନିବାର ପୁଣି ଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଏହି ଦୁଇ ପଡୋଶୀ ରାଷ୍ଟ୍ର । ଟିଟ୍ୱେଣ୍ଟି-ବିଶ୍ୱକପ୍ ପରେ ଆଉ ଏକ ରୋଚକ ମ୍ୟାଚ୍ ଦେଖିବାକୁ ମିଳିବ । ୧୯୮୪ରୁ ଆରମ୍ଭ ହୋଇଥିବା ଏସିଆ କପ୍ରେ ବର୍ତ୍ତମାନ ସୁଦ୍ଧା ଭାରତ ଦିନିକିଆରେ ୬ ଥର ଏବଂ ଟିଟ୍ୱେଣ୍ଟ ରେ ଥରେ ବିଜେତା ହୋଇଛି । ପାକିସ୍ତାନ ଦୁଇ ଥର ଦିନିକିଆ ବିଜେତା ହୋଇଛି । ମୋଟାମୋଟି ଭାବେ ଏସିଆ କପ୍ରେ ଭାରତ୪୯ ଦିନିକିଆ ଖେଳିସାରିଛି । ପାକିସ୍ତାନ ବିପକ୍ଷରେ ଶନିବାର ହେବାକୁ ଥିବା ମ୍ୟାଚ୍ରେ ଭାରତ ଅର୍ଦ୍ଧଶତକ ପୂରଣ କରିବ । ସେଥିମଧ୍ୟରୁ ୩୧ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି । ଦିନିକିଆ ଫର୍ମାଟ୍ରେ ଏସିଆ କପ୍ରେ ୧୩ଟି ସଂସ୍କରଣ ଆୟୋଜିତ ହୋଇଛି । ସେଥିମଧ୍ୟରୁ ଭାରତ୧୨ଟି ମ୍ୟାଚ୍ ଖେଳିଛି । କେବଳ ୧୯୮୬ ଏସିଆ କପ୍ରେ ଭାରତ ଅଂଶଗ୍ରହଣ କରିପାରିନଥିଲା । ଭାରତ ପ୍ରଥମ ଥର ଉଦ୍ଘାଟନୀ ସଂସ୍କରଣରେ ବିଜେତା ହୋଇଥିଲା ।୧୯୮୪,୧୯୮୮, ୧୯୮୮,୧୯୯୦, ୧୯୯୫,୨୦୧୦ ଓ ୨୦୧୮ରେ ଭାରତ ଟ୍ରଫି ଟେକିଥିଲା । ୨୦୦୦ ମସିହାରେ ପାକିସ୍ତାନ ପ୍ରଥମ ଥର ଓ ୨୦୧୨ରେ ଦ୍ୱିତୀୟ ଥର ପାଇଁ ବିଜେତା ହୋଇଥିଲା । ଏସିଆ କପ୍ର ଦିନିକିଆ ଫର୍ମାଟ୍ରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ୧୩ ଥର ଆମ୍ନାସାମ୍ନା ହୋଇଛନ୍ତି । ସେଥିରୁ ଭାରତ୭ ଥର ବିଜୟୀ ହୋଇଥିଲା ବେଳେ ପାକିସ୍ତାନ ୫ ଥର ଜିତିଛିି । କେବଳ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି । ଶେଷଥର ପାଇଁ ୨୦୧୮ରେ ଦୁବାଇରେ ଦିନିକଆ ମ୍ୟାଚ ଖେଳାଯାଇଥିଲା ଏଥିରେ ଭାରତ ସୁପର୪ ପର୍ଯ୍ୟାୟରେ ୯ ୱିକେଟ୍ରେ ବିଜୟୀ ହୋଇଥିଲା ।