THE BYAPINI

ଏସିଡ୍ ମାଡରେ ୫ ଜଣ ଆହତ

Get real time updates directly on you device, subscribe now.

ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳା ଥାନା ଡୁଆଝର ଗାଁରେ ଏସିଡ୍ ମାଡ ହୋଇଛି । ଉଭୟ ପକ୍ଷରୁ ଏସିଡ୍ ମାଡରେ ଦୁଇ ପରିବାରର ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଗୁରୁତରଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଡୁଆଝର ଗ୍ରାମର ଦୁଇ ସୁନା କାରିଗର ସ୍ଥାନୀୟ ଚିନ୍ଦାଗୁଡ଼ା ଗାଁରେ ଦୋକାନ କରି କାମ କରିଆସୁଥିଲେ । ଦୋକାନ ଖୋଲାକୁ କେନ୍ଦ୍ରକରି ଉଭୟ ପରିବାର ମଧ୍ୟରେ ପୂର୍ବରୁ ମଧ୍ୟ ବିବାଦ ଦେଖାଦେବା ପରେ ଖଡ଼ିଆଳ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ପୁଣି ଗୁରୁବାର ଉଭୟ ପରିବାର ମଧ୍ୟରେ କଳହ ହୋଇ ଶେଷରେ ଉଭୟ ଉଭୟଙ୍କୁ ଏସିଡ ମାଡ କରିଥିଲେ । ଏଥିରେ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ବିଜୟ ସରାଫ ଓ ଧନଞ୍ଜୟ  ସରାଫ ଗୁରୁତର ହୋଇଛନ୍ତି । ବର୍ତ୍ତମାନ ପର୍ୟ୍ୟନ୍ତ ଖଡିଆଳ ଥାନାରେ କୌଣସି ଅଭଯୋଗ ହୋଇନଥିବା ବେଳେ ପୋଲିସ ଘଟଣାର ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.