THE BYAPINI

ଓଏଏସ୍‌‌ ସ୍ତରରେ ଅଦଳବଦଳ

Get real time updates directly on you device, subscribe now.

ଭୁବନେଶ୍ୱର : ଓଏଏସ୍‌‌ ଅଧିକାରୀସ୍ତରରେ ରାଜ୍ୟ ସରକାର ଗତକାଲି ଛୋଟଧରଣର ଅଦଳ ବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ବୋର୍ଡ ଅଫ୍‌‌ ସେକେଣ୍ଡାରୀ ଏଜୁକେସନ୍‌‌ର ସଚିବ ସୁମିତା ସରକାରଙ୍କୁ ସେଟେଲମେଣ୍ଟ ଆଣ୍ଡ କନସୋଲିଡେସନ୍‌‌ରେ ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌‌ର ଯୁଗ୍ମ ନିର୍ଦ୍ଦେଶକ ଅରୁଣ କୁମାର ବିଶ୍ୱାଳଙ୍କୁ ପରିବହନ ବିଭାଗର ଅତିରିକ୍ତ ସଚିବ, କଟକ ନରସିଂହପୁରରେ ହାଡୁଆ ଜଳସେଚନ ପ୍ରକଳ୍ପର ଭୂ-ଅର୍ଜନ ଅଧିକାରୀ ସଙ୍ଗୀତା ବେହେରାଙ୍କୁ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ଓ ଭୁବନେଶ୍ୱର ମହାନଗର ନିଗମର ଯୁଗ୍ମ କମିଶନର ଡ. ଶ୍ବେତ କୁମାର ଦାଶଙ୍କୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ୟ୍ୟାଳୟରେ ଯୁଗ୍ମ ସଚିବ ପଦକୁ ବଦଳି କରାଯାଇଛି।

ସେହିପରି ପର୍ୟ୍ୟଟନ ବିଭାଗର ଯୁଗ୍ମ ସଚିବ ଏଲୋରା ଭାରତୀ ଜେନାଙ୍କୁ ଏନ୍‌‌ଏଚ୍‌‌ଏମ୍‌‌ ଯୁଗ୍ମ ନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ କରାଯାଇଛି। ଗଞ୍ଜାମ ଡିୟୁଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ୟ୍ୟରତ ନୀଳମାଧବ ଭୋଇଙ୍କୁ କନ୍ଧମାଳ ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଭାବେ ଏବଂ କଟକରେ ଅତିରିକ୍ତ ଉପଜିଲ୍ଲାପାଳ ଭାବେ କାର୍ୟ୍ୟରତ ସୁଜାତା ଶୁଭଦର୍ଶିନୀ ନାୟକଙ୍କୁ ହାଡୁଆ ଜଳସେଚନ ପ୍ରକଳ୍ପର ଭୂ-ଅର୍ଜନ ଅଧିକାରୀ ଭାବେ ନିଯୁକ୍ତି ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.