ଡିସେମ୍ବର ମାସ ସୁଦ୍ଧା ଓଡିଆ ବିଶ୍ୱବିଦ୍ୟାଳୟର ନିଜସ୍ୱ କୋଠା ନିର୍ମାଣ ଶେଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ପୁରୀ: ପବିତ୍ର ଗୁରୁ ଦିବସ ଅବସରରେ ସତ୍ୟବାଦୀ ଠାରେ ସ୍ଥାପିତ ଓଡିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୂତନ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମ ଉନ୍ମୋଚନ କରାଯାଇଛି । ଏହି ପାଠ୍ୟକ୍ରମ ଉନ୍ମୋଚନ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଉମାକାନ୍ତ ସାମନ୍ତରାୟ, ଓଡିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ ଏବଂ ବିଶିଷ୍ଟ ଶିକ୍ଷାବିତ ଡାଃ ଅଭିରାମ ବିଶ୍ୱାଳ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଏବଂ ବିଶିଷ୍ଟ ଶିକ୍ଷାବିତ୍ ଏବଂ ଅତିଥିମାନେ ଯୋଗଦାନ କରି ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଭିଡିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା । ଏହି ଭିଡିଓରେ ଓଡିଆ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡିଆ ଭାଷା, ସାହିତ୍ୟକୁ ସମୃଦ୍ଧ କରିଯାଇଥିବା ବରପୁତ୍ରମାନଙ୍କୁ ମୁଖ୍ୟନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓଡିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦୀର ବନ ବିଦ୍ୟାଳୟ ପରି ଆମର ଜାତୀୟ ଚେତନାକୁ ଆହୁରି ମଜବୁତ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିବା ସହିତ ଅଢେ଼ଇ ହଜାର ବର୍ଷର ଶାସ୍ତ୍ରୀୟ ଓଡିଆ ଭାଷା ଉପରେ ଅଧିକ ଗବେଷଣା ପାଇଁ ଏହା ସୁଯୋଗ ସୃଷ୍ଟି କରିବ ବୋଲି କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଆ ଭାଷା, ସାହିତ୍ୟକୁ ସମୃଦ୍ଧ କରିଯାଇଥିବା ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଓଡିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦୀର ବନ ବିଦ୍ୟାଳୟ ପରି ଆମର ଜାତୀୟ ଚେତନାକୁ ଆହୁରି ମଜବୁତ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ । ଅଢେଇ ହଜାର ବର୍ଷର ଶାସ୍ତ୍ରୀୟ ଭାଷା ଓଡିଆ ଭାଷା ଉପରେ ଅଧିକ ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ବୈଷୟିକ ବିକାଶର ସୁଯୋଗ ନେଇ ଭାଷା ଓ ସାହିତ୍ୟ ଶିକ୍ଷାରେ ଡିଜିଟାଲ କୌଶଳ ପ୍ରୟୋଗ କରି ଓଡିଆ ଭାଷା କିପରି ସାରା ବିଶ୍ୱ ପାଖରେ ପହଞ୍ଚି ପାରିବେ ସେ ଦିଗରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଏହି ବିଶ୍ୱବିଦ୍ୟାଳୟରେ ୩ଟି ବିଭାଗରେ ଶିକ୍ଷାଦାନ କରାଯାଉଛି । ସାହିତ୍ୟ ଏବଂ ସାଂସ୍କୃତିକ ସମୃଦ୍ଧି ବିଭାଗ, ଭାଷା ଦକ୍ଷତା ବିଭାଗ ଓ ଇତିହାସର ଜ୍ଞାନ ଅଧିନରେ ଶିକ୍ଷାଦାନ କରାଯିବ । ସାହିତ୍ୟ ଏବଂ ସାଂସ୍କୃତିକ ସମୃଦ୍ଧି ବିଭାଗପାଠ୍ୟକ୍ରମ ଛାତ୍ରମାନଙ୍କୁ ବିଭିନ୍ନ ପ୍ରକାରର ବିଷୟବସ୍ତୁ ଯାହା ରାଜ୍ୟର ସାହିତ୍ୟ, ସାଂସ୍କୃତିକ ପରମ୍ପରା ଏବଂ ଭାଷାର ଉଭୟ ଶାସ୍ତ୍ରୀୟ ଏବଂ ଆଧୁନିକ ଦିଗ ଉପରେ ଧାରଣା ଦେବ । ସେହିଭଳି ଭାଷା ଦକ୍ଷତା ବିଭାଗର ପାଠ୍ୟକ୍ରମ ଛାତ୍ରମାନଙ୍କର ଭାଷା ଦକ୍ଷତା ବୃଦ୍ଧି ପାଇଁ ଡିଜାଇନ୍ କରାଯାଇଛି ଏବଂ ଇତିହାସର ଜ୍ଞାନ ବିଭାଗରେ ଛାତ୍ରମାନେ ଓଡ଼ିଆ ଭାଷାର ଐତିହାସିକ ମହତ୍ତ୍ୱ ଏବଂ ଆମ ଭାଷାର ବିଶିଷ୍ଟ ସାହିତ୍ୟ ବିଶେଷଜ୍ଞମାନଙ୍କ ବିଷୟରେ ପଢିବାର ସୁଯୋଗ ପାଇବେ ।
Get real time updates directly on you device, subscribe now.