THE BYAPINI

ଓଡ଼ିଆ ବିଶ୍ୱବିଦ୍ୟାଳୟର ୩ଟି ବିଭାଗ ପାଇଁ ସୋମବାର ଓ ମଙ୍ଗଳବାର ନାମଲେଖା

Get real time updates directly on you device, subscribe now.

ଭୁବନେଶ୍ୱର : ଓଡ଼ିଆ ବିଶ୍ୱବିଦ୍ୟାଳୟର ୩ଟି ବିଭାଗ ପାଇଁ ସୋମବାର ଏବଂ ମଙ୍ଗଳବାର ନାମଲେଖା ହେବା । ବିଶ୍ୱବିଦ୍ୟାଳୟରେ ନାମଲେଖା ନିମନ୍ତେ କଟ୍‌-ଅଫ୍‌ ନମ୍ବର ପ୍ରକାଶିତ ହୋଇଛି । ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ଏହି ୩ ଟି ବିଭାଗରେ ଦୁଇଦିନ ମଧ୍ୟରେ ନାମ ଲେଖାଇ ପାରିବେ । ଏହି ନାମଲେଖା ପ୍ରକ୍ରିୟା ସାକ୍ଷିଗୋପାଳସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି (ଡିଗ୍ରୀ) ମହାବିଦ୍ୟାଳୟରେ ଚାଲିବ । ସେପ୍‌ଟେମ୍ବର ମାସ ପ୍ରଥମ ସପ୍ତାହରୁ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ୩ଟି ବିଭାଗରେ ୨୪ଟି ଲେଖାଏଁ ଆସନରେ ନାମଲେଖା ହେବ । ଓଡ଼ିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଓ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ, ଆଦିବାସୀ ଭାଷା ଏବଂ ଐତିହ୍ୟ ଆଦି ୩ଟି ବିଭାଗରେ ୨୪ଟି ଲେଖାଏଁ ଆସନ ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.