ଓଡ଼ିଶାରେ ଡ୍ରାଇଭର ଆନେ୍ଦାଳନ ସ୍ଥଗିତ: କମିଶନର
ଭୁବନେଶ୍ୱର: ଓଡ଼ିଶାରେ ଡ୍ରାଇଭର ଆନେ୍ଦାଳନ ସ୍ଥଗିତ ରଖାଯାଇଥିବା ନେଇ ପରିବହନ କମିଶନର ସୂଚନା ଦେଇଛନ୍ତି । ପରିବହନ କମିଶନର ଅମିତାଭ ଠାକୁର ଆନେ୍ଦାଳନ ସ୍ଥଗିତ ସମ୍ପର୍କରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଡ୍ରାଇଭର ସଂଘ ସହ ସରକାରଙ୍କ ଆଲୋଚନା ହୋଇଛି । ସେମାନଙ୍କ ଅନେକ ଦାବି ରାଜ୍ୟ ସରକାର ପୂରଣ କରିଛନ୍ତି । ତେଣୁ ପରିବହନ ବିଭାଗକୁ ସହଯୋଗ କରି ଡ୍ରାଇଭରମାନେ ଆନେ୍ଦାଳନକୁ ସ୍ଥଗିତ ରଖିଛନ୍ତି । ଭାରତ ସରକାରଙ୍କ ସହ ସେମାନଙ୍କ ଆଲୋଚନା ଚାଲିଛି ବୋଲି ଶ୍ରୀ ଠାକୁର କହିଛନ୍ତି । ପ୍ରକାଶ ଯେ ହିଟ୍ ଆଣ୍ଡ ରନ୍ ଆଇନ ବିରୋଧରେ ଡ୍ରାଇଭରମାନେ ଦେଶବ୍ୟାପୀ ଆନ୍ଦୋଳନ କରୁଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ରାଜ୍ୟରେ ଡ୍ରାଇଭରଙ୍କ ଆନେ୍ଦାଳନର ପ୍ରଭାବ ଯାତ୍ରୀପରିବହନ କ୍ଷେତ୍ରରେ ପଡ଼ିଥିବାବେଳେ ଆସନ୍ତାକାଲି ସୁଦ୍ଧା ପେଟ୍ରୋଲ ଓ ଡିଜେଲ ସଙ୍କଟ ଦେଖାଦେଇପାରେ ବୋଲି ଉକ୍ରଳ ପେଟ୍ରୋଲିୟମ ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଥିଲେ ।
ସେ କହିଥିଲେ ଯେ, ପାନିକ କ୍ରୟ ଯୋଗୁଁ ଗତକାଲି ଅଧିକ ୨୦ ପ୍ରତିଶତ ପେଟ୍ରୋଲ ବିକ୍ରି ହୋଇଛି । ଡ୍ରାଇଭରଙ୍କ ଆନେ୍ଦାଳନ ଯୋଗୁ ପେଟ୍ରୋଲ ଓ ଡିଜେଲ ଲୋଡିଂ ୭୫ ପ୍ରତିଶତ କମିଛି । ପାରାଦୀପ ଡିପୋରୁ ପେଟ୍ରୋଲ ଲୋଡିଂ ସମ୍ପୂର୍ଣ୍ଣ ବନ୍ଦ ଅଛି । ଜଟଣୀ ଓ ବାଲେଶ୍ୱର ଡିପୋରୁ ଅଳ୍ପ ଗାଡ଼ିରେ ତେଲ ଲୋଡିଂ ହୋଇଛି । ଆମକୁ ଯେତିକି ତେଲ ଦରକାର ତାହା ପୂରଣ କରିପାରିବନି । ଏଭଳି ସ୍ଥିତି ରହିଲେ କାଲି ଅପରାହ୍ନ ସୁଦ୍ଧା ପେଟ୍ରୋଲ ଓ ଡିଜେଲ ଶେଷ ହୋଇଯିବ । ତେଣୁ ପାଦିନ ବାଇଙ୍ଗ ନକରିବାକୁ ଉକ୍ରଳ ପେଟ୍ରୋଲିୟମ ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ଅପିଲ କରିଥିଲେ ।