THE BYAPINI

ଓଡ଼ିଶା ପାଇଁ ବିଜେପି କରିଛି ସ୍ୱତନ୍ତ୍ର ଫର୍ମୁଲା, ମୁଖ୍ୟମନ୍ତ୍ରୀ ଚେହେରା ବିନା ଜିତିବୁ: ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ବାତାବରଣ ସେତିକି ଜମି ଜମି ଆସୁଛି । ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଏବେ ଠାରୁ ଉତ୍ତେଜନା ଆରମ୍ଭ ହେଲାଣି । ମୁଖତଃ ଶାସକ ବିଜେଡିର ଆଭ୍ୟନ୍ତରିଣ ଗୋଷ୍ଠୀକନ୍ଦଳ ବିରୋଧି କଂଗ୍ରେସ ଓ ଭାଜପା ପାଇଁ ସୁଯୋଗ ସୃଷ୍ଟି କରିଛି ବୋଲି ଅନେକ ରାଜନୈତିକ ସମୀକ୍ଷକ ମତପ୍ରକାଶ କରୁଛନ୍ତି । ଇତିମଧ୍ୟରେ ଓଡ଼ିଶା ବିଜେପିର ପୋଷ୍ଟର ବଏ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ଏଥର ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ିବ, ଆଉ ଓଡ଼ିଶାରେ ଜିତିବ ।
ହୋଟେଲ ମେ’ ଫେୟାରରେ ଇଂରାଜୀ ଖବରକାଗଜ ‘ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌ର ‘ଓଡ଼ିଶା ଲିଟେରାରି ଫେଷ୍ଟିଭାଲ୍‌’ରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶ୍ରୀ ଚାୱଲା ଓଡିଶାରେ କିଏ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ପଚାରିଥିଲେ । ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ବିଜେପି ଏବେ ଠାରୁ ନିଜର ଫର୍ମୁଲା କହିବନି । ମହାରାଷ୍ଟ୍ର ଓ ହରିୟାଣାରେ ବି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଜେପି ଜିତିଛି । ଅନ୍ୟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ବିନା ବିଜେପି ଜିତିଛି । ଓଡିଶାରେ ମଧ୍ୟ ବିଜେପି ଜିତିବ । ସେହିପରି ୨୦୨୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନ୍‌ଡିଏ ନିର୍ବାଚନ ଲଢ଼ିବ । ୩୫୦ରୁ ଅଧିକ ଆସନ ପାଇ କେନ୍ଦ୍ରରେ ସରକାର ଗଢିବ ବୋଲି ମଧ୍ୟ ଧର୍ମେନ୍ଦ୍ର କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.