THE BYAPINI

ଓଡ଼ିଶାରେ ଆଇଟି ରେଡ଼

Get real time updates directly on you device, subscribe now.

ଭୁବନେଶ୍ୱର: ଆୟକର ଫାଙ୍କି ଅଭିଯୋଗରେ ଏକ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ଉପରେ ଆଇଟି ଯାଞ୍ଚ କରାଯାଇଛି। ବୌଦ୍ଧସ୍ଥିତ ଏହି କମ୍ପାନି ଉପରେ ପ୍ରଥମେ ଚଢ଼ାଉ କରାଯାଇଛି। କେବଳ ଓଡ଼ିଶାରେ ନୁହେଁ, କୋଲକତା ସମେତ ରାଞ୍ଚିର ବିଭିନ୍ନ ସ୍ଥାନରେ ବି ଏକକାଳୀନ ଚଢ଼ାଉ କରାଯାଇଛି।

୨୯ ଡିସେମ୍ବର ୨୦୦୮ରେ କୋଲକତାରେ ପଞ୍ଜିକୃତ ହୋଇଥିବା ଏହି କମ୍ପାନୀର ଓଡ଼ିଶାର ବିଭିନ୍ନ ଶାଖାରେ ବହୁ ବିଜନେସ୍ ରହିଛି। ଏହା ମୁଖ୍ୟତଃ ଏକ ମଦ ତିଆରି କାରଖାନା ବୋଲି ଜଣାଯାଇଛି। ଆୟଙ୍କର ଫାଙ୍କି ଅଭିଯୋଗରେ ଏହି ଚଢ଼ାଉ ଆରମ୍ଭ କରାଯାଇଛି।

ଆୟକର ଟିମ୍‌ କମ୍ପାନୀର ପ୍ରଡକ୍ସନ, ଷ୍ଟକ, ସେଲ୍‌ ଆଦିକୁ ଯାଞ୍ଚ କରିବା ସହ ତନାଘନା କରୁଛନ୍ତି। ହେଲେ ସେଥିରେ ହେରାଫେରି ହୋଇଛି କି କ’ଣ ଜଣାପଡ଼ିନି।ଏହି ଲିଙ୍କରେ ଖୋର୍ଦ୍ଧା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗିର ଓ ରାୟଗଡ଼ାରେ ମଧ୍ୟ ରେଡ୍ କରାଯାଇଛି। କୋଲକାତା ଓ ରାଞ୍ଚିରେ ମଧ୍ୟ ଆୟକର ବିଭାଗର ଚଢ଼ାଉ ସୂଚନା ମିଳିଛି । ସଂସ୍ଥାର ଏକାଧିକ ଡାଇରେକ୍ଟର ଓ ଏମ୍‌ଡିଙ୍କ ଘରେ ରେଡ୍ ଚାଲିଛି। ଭୁବନେଶ୍ୱରରେ ଥିବା ସଂସ୍ଥାର ଏକାଧିକ ଡାଇରେକ୍ଟରଙ୍କ ଘର ଉପରେ ମଧ୍ୟ ଚଢ଼ାଉ କରାଯାଉଛି।

Get real time updates directly on you device, subscribe now.

Leave A Reply

Your email address will not be published.