THE BYAPINI

ଓଡ଼ିଶା ଜଙ୍ଗଲରେ ବୁଲୁଛନ୍ତି ୪ କଳାବାଘ

Get real time updates directly on you device, subscribe now.

ଭୁବନେଶ୍ୱର:  ଓଡ଼ିଶା ଜଙ୍ଗଲରେ ବୁଲୁଛନ୍ତି କଳା ବାଘ ପରିବାର । ୪ଟି ବିରଳ କଳା ବାଘ ଜଙ୍ଗଲରେ ଏକାଠି ବୁଲୁଥିବା ବନ ବିଭାଗ କ୍ୟାମେରାରେ କଏଦ ହୋଇଛି ।
ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ଓଡ଼ିଶା ଜଙ୍ଗଲରେ ବିରଳ ମେଲାନିଷ୍ଟକ୍ ବାଘଙ୍କ ପରିବାରର ଭିଡିଓ ଅତ୍ୟନ୍ତ ରୋଚକ । ୪ଟି ବିରଳ କଳା ବାଘଙ୍କ ମଧ୍ୟରୁ ଗୋଟିଏ ମା’ ଓ ତିନିଟି ଛୁଆ ବୋଲି ଅନୁମାନ କରାଯାଉଛି । ଏମାନେ କେଉଁ ଜଙ୍ଗଲରେ ଅଛନ୍ତି ସେ ନେଇ କିଛି ସ୍ପଷ୍ଟ କରାଯାଇନାହିଁ ।ତେବେ ଏହା ଶିମିଳିପାଳ ଜଙ୍ଗଲର ବୋଲି ଅନୁମାନ କରାଯାଉଛି । ପୂର୍ବରୁ ଓଡ଼ିଶା ଜଙ୍ଗଲରେ କଳା କଲରାପତରିଆ ବାଘ ନଜରକୁ ଆସିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.