THE BYAPINI

ଓଡ଼ିଶା ରାଜନୀତି ୨୦୨୪ରେ ୟୁ ଟର୍ଣ୍ଣ ନେବ: ମନମୋହନ

Get real time updates directly on you device, subscribe now.

ଭୁବନେଶ୍ବର: ଓଡ଼ିଶା ରାଜନୀତି ୨୦୨୪ରେ ୟୁ ଟର୍ଣ୍ଣ ନେବ। ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଆଗ୍ରେସିଭ ମୁଡରେ ଲଢ଼ିବ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ରାଜ୍ୟ ସଭାପତି ମନମୋହନ ସାମଲ ଏପରି ଟିପ୍ପଣୀ କରିଛନ୍ତି। ଗତକାଲି ନିର୍ବାଚନ ଫଳାଫଳକୁ ନେଇ ରାଜ୍ୟ ବିଜେପି ଖୁସି ବ୍ୟକ୍ତ କରିଛି। ଅନ୍ୟ ରାଜ୍ୟର ଫଳ ଦେଖି ଓଡ଼ିଶା ରାଜନୀତି ୨୦୨୪ରେ ୟୁ ଟର୍ଣ୍ଣ ନେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

ସେ କହିଛନ୍ତି, ବିଜେପି ଉପରେ ଜନସାଧାରଣଙ୍କ ଆଶୀର୍ବାଦ ଅଛି। ଏଥର ରାଜ୍ୟରେ ବିଜେପି ସରକାର ଗଢ଼ିବ। ଲଢ଼େଇ ଜୋରଦାର ହେବ। ଆଗ୍ରେସିଭ ମୁଡରେ ଲଢ଼ି ଅଧିକ ସିଟ ହାତେଇବ ବିଜେପି। ଓଡ଼ିଶାରେ ଯେଉଁ ଭ୍ରଷ୍ଟାଚାରୀ ସରକାର ଚାଲିଛି, ତାକୁ ନିଶ୍ଚିତ ଲୋକେ ପ୍ରତ୍ୟାଖ୍ୟାନ କରିବେ। ଆଖି, କାନ, ନାକ ନଥିବା ସରକାରଙ୍କୁ ଦୃଢ଼ ଜବାବ ଦିଆଯିବ। ଜଳସେଚନ ବ୍ୟବସ୍ଥା ନାହିଁ, ଶୀତଳ ଭଣ୍ଡାର ନାହିଁ, ଦେଢ଼ କୋଟି ଯୁବକ ଦାଦନ ଯାଉଛନ୍ତି ଏ ସବୁ ଚିନ୍ତାଜନକ। ରାଜ୍ୟରେ ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀ ଓ ବ୍ୟଭିଚାରୀ ସରକାର ଚାଲିଛି। ତେଣୁ ଏ ସରକାରଙ୍କୁ ନେଇ ସାଧାରଣ ଲୋକଙ୍କ ମନରେ କ୍ରୋଧ ଅଛି। ବିମାନରେ ଯିବା ଲାଗି ୩ଶହ କୋଟି ଲୋକଙ୍କୁ ବୋହିବାରେ ୫୦୦ କୋଟି ଖର୍ଚ୍ଚ କରାଯାଉଛି। ଓଡ଼ିଶାର ଅସ୍ମିତା ଜଗନ୍ନାଥ ସଂସ୍କୃତି ପ୍ରତି ସରକାରଙ୍କ ଧ୍ୟାନ ନାହିଁ। ରତ୍ନ ଭଣ୍ଡାର ଖୋଲୁ ନାହାନ୍ତି, ଏହାକୁ ନେଇ ସାଧାରଣ ଲୋକେ ଆନ୍ଦୋଳିତ, ହାଇକୋର୍ଟଙ୍କ ଆଦେଶ ପରେ ବି କୌଣସି ଏ ପାଇଁ ସରକାର ଦାୟୀ କାମ ହେଉନି। ଏ ବିଷୟରେ ଲୋକେ ବି ସଚେତନ ହେଲେଣି।

ବିଜେପି ରାଜ୍ୟ ସଭାପତି ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଓଡ଼ିଶାରେ ମଧ୍ୟ ଆଗାମୀ ଦିନରେ ନିର୍ବାଚନରେ କାମ ଦେବ। ଏହା ଟ୍ରେଲର ଥିଲା,୨୦୨୪ରେ ଓଡ଼ିଶାରେ ମୋଦୀ ଗ୍ୟାରେଣ୍ଟି ଆସୁଛି। ଓଡ଼ିଶା ଲୋକଙ୍କୁ ମଧ୍ୟ ଧନ୍ୟବାଦ। ଆମ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି। 

Get real time updates directly on you device, subscribe now.

Leave A Reply

Your email address will not be published.