THE BYAPINI

କଟକରେ ହେବ ଜିଏସ୍‌ଟି ଆପିଲିଟ୍‌ ଟ୍ରିବ୍ୟୁନାଲ୍‌ର ରାଜ୍ୟ ଖଣ୍ଡପୀଠ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଓଡିଶାର ଜିଏସ୍‌ଟି ଆପିଲିଟ୍‌ ଟ୍ରିବ୍ୟୁନାଲ୍‌କୁ କଟକରେ ସ୍ଥାପନ କରାଯିବ । ଆଜି ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଦୀର୍ଘ ସାଢେ଼ ଛଅ ବର୍ଷର ପ୍ରତୀକ୍ଷା ପରେ ଜିଏସ୍‌ଟି ଆପିଲିଟ୍‌ ଟ୍ରିବ୍ୟୁନାଲ୍‌ ସ୍ଥାପନ ସମ୍ପର୍କିତ ବିଜ୍ଞପ୍ତି ଜାରି ହୋଇଛି । ଟ୍ରିବ୍ୟୁନାଲ୍‌ର ୩୧ଟି ରାଜ୍ୟ ଖଣ୍ଡପୀଠ ସ୍ଥାପନ କରାଯିବ । ଆପିଲିଟି ଟ୍ରିବ୍ୟୁନାଲ୍‌ ସ୍ଥାପନ କରିବାର ପଥ ପରିସ୍କାର କରିବା ଲାଗି ଅର୍ଥ ବିଲ୍‌ରେ କରାଯାଇଥିବା ପରିବର୍ତ୍ତନକୁ ଚଳିତ ବର୍ଷ ମାର୍ଚ୍ଚରେ ସଂସଦର ଅନୁମୋଦନ ମିଳିଥିଲା । ଜିଏସ୍‌ଟି ସମ୍ପର୍କିତ ମାମଲାଗୁଡିକୁ ଟ୍ରିବ୍ୟୁନାଲ୍‌ରେ ସମାଧାନ କରାଯିବ । ବର୍ତ୍ତମାନ ବ୍ୟବସ୍ଥାରେ ଟିକସ ଅଧିକାରୀ ଦେଉଥିବା ରାୟକୁ ଟିକସଦାତାମାନେ ହାଇକୋର୍ଟରେ ଚ୍ୟାଲେଞ୍ଜ୍‌ କରୁଛନ୍ତି । ଯେହେତୁ ହାଇକୋର୍ଟରେ ବହୁ ମାମଲା ପଡିରହିଛି ତେଣୁ ଟିକସ ସମ୍ପର୍କିତ ମାମଲାର ସମାଧାନ ପାଇଁ ଅଧିକ ସମୟ ଲାଗୁଛି । ଏହି ଜିଏସ୍‌ଟି ଆପିଲିଟ୍‌ ଟ୍ରିବ୍ୟୁନାଲ୍‌ର ରାଜ୍ୟ ଖଣ୍ଡପୀଠ ସ୍ଥାପନ ଫଳରେ ଏହି ସମ୍ପର୍କିତ ମାମଲାଗୁଡିକର ଶୀଘ୍ର ଶୁଣାଣି ହୋଇପାରିବ ।

Get real time updates directly on you device, subscribe now.

Leave A Reply

Your email address will not be published.