THE BYAPINI

କଟକ ନେତାଜୀ ବସ୍‌ ଟର୍ମିନାଲ ଉଦଘାଟନୀ ବିବାଦ, ବାଦାମବାଡି ବସଷ୍ଟାଣ୍ଡ ବ୍ୟବସାୟୀ ମହାସଂଘର ଗଣଧାରଣା

Get real time updates directly on you device, subscribe now.

କଟକ: ସେପ୍ଟେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ନେତାଜୀ ବସ୍‌ ଟର୍ମିନାଲ (ସିଏନବିଟ)କୁ ଉଦ୍‌ଘାଟନ କରିବେ ବୋଲି ସୂଚନା ମିଳିବା ପରେ ଧିରେ ଧିରେ ସ୍ଥାନୀୟ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ବସ୍‌ ଷ୍ଟାଣ୍ଡ ପରିଚାଳନା ଦାୟିତ୍ୱ ନେଇଥିବା ସଂସ୍ଥା ଏହି ଅଞ୍ଚଳରେ ବ୍ୟବସାୟ କରିବା ପାଇଁ ସ୍ଥାନୀୟ ଲୋକଙ୍କୁ ସୁଯୋଗ ନଦେବା, ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ନକରିବା ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି । ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ବାଦାମବାଡି ବସଷ୍ଟାଣ୍ଡ (ଓଏସଆରଟିସି) ବ୍ୟବସାୟୀ ମହାସଂଘ ଆସନ୍ତାକାଲିଠାରୁ ପୁରୁଣା ବସଷ୍ଟାଣ୍ଡ ପରିସରରେ ଗଣଧାରଣା ଆରମ୍ଭ କରିବ ବୋଲି ଘୋଷଣା କରିଛି । ସିଏନବିଟିରେ ବାଦାମବାଡି ପୁରୁଣା ବସଷ୍ଟାଣ୍ଡ, ଅନୁଗୁଳ, ପୁରୀ, ଭୁବନେଶ୍ୱର, ପାରାଦୀପ ବସଷ୍ଟାଣ୍ଡକୁ ମିଶାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିବାବେଳେ ଏଠାରେ ବର୍ଷ ବର୍ଷ ଧରି ବ୍ୟବସାୟ କରି ଆସୁଥିବା ସାଧାରଣଲୋକଙ୍କୁ ସିଏନବିଟିରେ ଥଇଥାନ କରିବାକୁ ସରକାର ଗୁରୁତ୍ୱ ଦେଇନାହାନ୍ତି ବୋଲି ମହାସଂଘ ଦାବୀ କରିଛି । ଶହଶହ ସାଧାରଣ ବ୍ୟବସାୟୀଙ୍କ ପେଟପାଟଣାରେ ଲାତ ମାରି ସିଏନବିଟିରେ କାହ ସ୍ୱାର୍ଥ ପୂରଣ ହେବାକୁ ଯାଉଛି ବୋଲି ଆଜି ମହାସଂଘ ପକ୍ଷରୁ ପ୍ରଶ୍ନ କରାଯାଇଛି । ସିଏନବିଟି ଉଦଘାଟନ ପୂର୍ବରୁ ପ୍ରଥମେ ଏହି ବ୍ୟବସାୟୀଙ୍କୁ ଥଇଥାନ କରାଯାଉ ବୋଲି ମହାସଂଘର ଆବାହକ ମହମ୍ମଦ ସକିଲଙ୍କ ନେତୃତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି ରଖାଯାଇଛି । ମହାସଂଘର ସଭାପତି ଶ୍ରୀନିଧି ରାଉତ, କାର୍ଯ୍ୟକାରୀ ସଭାପତି ଧନଞ୍ଜୟ ତ୍ରିପାଠୀ, ଉପଦେଷ୍ଟା ପ୍ରମୋଦ ପାତ୍ର, ମାନସରଂଜନ ପଟ୍ଟନାୟକ, ରମାନାଥ ସ୍ୱାଇଁ, କୃଷ୍ଣଚନ୍ଦ୍ର ପରିଡା, ସନ୍ତୋଷ ବାରିକ, ନିମାଇଁ ଚରଣ ବିଶ୍ୱାଳଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଏଭଳି ଦାବି କରିବା ସହିତ ଆନ୍ଦୋଳନ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.