THE BYAPINI

କଣ୍ଟେନର ଓ ଟ୍ରକ୍ ମୁହାଁମୁହିଁ, 1 ମୃତ

Get real time updates directly on you device, subscribe now.

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ଏନଏଚ୍-୫୩ର ଚିନିମହୁଲ ଠାରେ ଗତକାଲି ବିଳମ୍ବିତ ରାତିରେ କଣ୍ଟେନର ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ କଣ୍ଟେନର ଗାଡ଼ି ଚାଳକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଟ୍ରକ୍ ଡ୍ରାଇଭରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ରାତି ପ୍ରାୟ ସାଢେ଼ ୩ଟା ସମୟରେ ଏନଏଚ୍-୫୩ର ଚିନିମହୁଲ ଠାରେ କଣ୍ଟେନର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। କଣ୍ଟେନର ଡ୍ରାଇଭର ଗାଡ଼ିର କ୍ୟାବିନ ଭିତରେ ଚାପି ହୋଇଯାଇଥିଲେ। ଜମନକିରା ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି କଟର ସାହାଯ୍ୟରେ କାଟି ତାଙ୍କୁ ବାହାର କରିଥିଲେ। ଆହତ ଟ୍ରକ୍‌ ଚାଳକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.