ଭୁବନେଶ୍ୱର : କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଆଜି କମିଶନରେଟ୍ ପୁଲିସ ପକ୍ଷରୁ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଛି । ସୌରିନ୍ଙ୍କୁ କୋଲକାତାରେ ଖୋଜି ନପାଇବା ପରେ ଏହି ପଦକ୍ଷେପ ନିଆଯାଇଛି । ସୌରିନ୍ଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ହୋଇଛି । ହାଇକୋର୍ଟରେ ସୌରିନ୍ଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି ।
ସୂଚନା ଯୋଗ୍ୟ, ମୁମ୍ବାଇ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାମରେ ଜୁନ୍ ମାସ ୧୨ ତାରିଖରେ ଯୌନ ନିର୍ଯ୍ୟାତନା ମାମଲା ରୁଜୁ ହୋଇଥିଲା । ସୌରିନଙ୍କ ନାମରେ ଜଣେ ଯୁବତୀ ଥାନାରେ ଅଭିଯୋଗ କରିଥିଲେ । ଯୁବତୀଙ୍କ ଏତଲା ଆଧାରରେ କଟକ ମହିଳା ଥାନା ପୁଲିସ ମାମଲା ରୁଜୁ କରିଥିଲା । ୧୬୧ ଧାରାରେ ଯୁବତୀଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା ପୁଲିସ । ପ୍ରଥମେ ଜଗତପୁର ଥାନାରୁ ଯାଇ ଯୁବତୀ ଜଣକ ମହିଳା ଥାନାରେ ଏତଲା କରିଥିଲେ । ଯୁବତୀଙ୍କୁ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ଶୋଷଣ କରାଯାଇଥିବା ଅଭିଯୋଗ କରାଯାଇଛି । ସୌରିନଙ୍କ ବିରୋଧରେ ସମ୍ପୃକ୍ତ ଯୁବତୀ ଜଣଙ୍କ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ କରିଛନ୍ତି ।
Get real time updates directly on you device, subscribe now.