THE BYAPINI

କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

Get real time updates directly on you device, subscribe now.

କଟକ: କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ନିଯୁକ୍ତି ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ। ଚୟନ ପ୍ରକ୍ରିୟା ଜାରି ରହିଲେ ବି ନିଯୁକ୍ତି ଉପରେ ରୋକ ଲାଗିବ।  ଆସନ୍ତା ୨୪ ତାରିଖ ଯାଏ ହୋଇପାରିବନି ନିଯୁକ୍ତି। ୨୧ ଏବଂ ୨୨ ତାରିଖ ଦୁଇ ଦିନ ଧରି ଡକୁମେଣ୍ଟ ଭେରିଫିକେସନ ପ୍ରକ୍ରିୟା ଜାରି ରହିବ। ଆସନ୍ତା ୨୪ ତାରିଖ ପରବର୍ତ୍ତୀ ଶୁଣାଣି ହେବ ବୋଲି ଉଚ୍ଚ ନ୍ୟାୟାଳୟ ଧାର୍ୟ୍ୟ କରିଛନ୍ତି।

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆଣି ଲୋୟର ପିଏମଜିରେ ଶହ ଶହ ଆଶାୟୀଙ୍କ ବିକ୍ଷୋଭ କରିଛନ୍ତି। ମେରିଟ ଲିଷ୍ଟ ପ୍ରକାଶ କରିବା ପୂର୍ବରୁ କଟ ଅଫ ଲିଷ୍ଟ ପ୍ରକାଶ କରାଯାଇନଥିବା ଅଭିଯୋଗ କରିଛନ୍ତି । ସେହିପରି  ଅଧିକ ନମ୍ବର ରଖିଥିବା ଅନେକ ପ୍ରାର୍ଥୀ ମେରିଟ ଲିଷ୍ଟରେ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି । ସେପଟେ ପ୍ରକଳ୍ପ ନିର୍ଦେଶକ କହିଛନ୍ତି କୈଣସି ଅନିୟମିତତା ହୋଇନାହିଁ । ଖୁବ ଶୀଘ୍ର ମେରିଟ ଲିଷ୍ଟ ପ୍ରକାଶ ପାଇବ । ଅନ୍ୟପଟେ ଏହାକୁ ନେଇ ରାତନୈତିକ ବୟାନବାଜି ବି ଆରମ୍ଭ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.