THE BYAPINI

କମୁଛି କରୋନା: ଦେଶରେ ୫୦ ହଜାର ତଳକୁ ଖସିଲା ସଂକ୍ରମଣ, ୨୪ ଘଂଟାରେ ୪୬ ହଜାର ନୂଆ ଆକ୍ରାନ୍ତ ।

Get real time updates directly on you device, subscribe now.

ତଳକୁ ଖସୁଛି କରୋନା ମିଟର । ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛି । ପ୍ରଥମ ଥର ପାଇଁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି ।୨୪ ଘଂଟାରେ ସାରା ଦେଶରୁ ୪୬ ହଜାର ୭୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୫୮୭ ଜଣଙ୍କ ମୃତ୍ୟୁ ହୋଇଛି ।

ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ଲକ୍ଷ ୯୭ ହଜାର ୬୪ରେ ପହଚିଂଛି । ସେହିପରି ଲକ୍ଷେ ୧୫ ହଜାର ୧୯୭ ଜଣଙ୍କ ମୃତ୍ୟୁ ହେଲାଣି । ଏବେ ଦୈନିକ ଆକ୍ରାନ୍ତ କମ ଚିହ୍ନଟ ହେଉଥିବା ବେଳେ ଅଧିକ ସୁସ୍ଥ ହେଉଛନ୍ତି । ୨୪ ଘଂଟାରେ ୬୯ ହଜାର ୭୨୦ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୬୭ ଲକ୍ଷ ୩୩ ହଜାର ୩୨୯ରେ ପହଚିଂଛି ।ଏବେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୭ ଲକ୍ଷ ୪୮ ହଜାର ୫୩୮ ଜଣ ।

Get real time updates directly on you device, subscribe now.

Leave A Reply

Your email address will not be published.