THE BYAPINI

କରଣୀ ସେନା ସଭାପତିଙ୍କୁ ଗୁଳି କରି ହତ୍ୟା

Get real time updates directly on you device, subscribe now.

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ସଭାପତି ସୁଖଦେବ ସିଂହ ଗୋଗାମେଡ଼ିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ୪ ଜଣ ଦୁର୍ବୃତ୍ତ ଘରେ ପଶି ଗୋଗାମେଡ଼ିଙ୍କୁ ହତ୍ୟା କରିଛନ୍ତି। ଏଥିସହ ଗୋଗାମେଡ଼ିଙ୍କ ବନ୍ଧୁକଧାରୀ ସୁରକ୍ଷାକର୍ମୀ ଏବଂ ଅନ୍ୟ ଜଣଙ୍କୁ ମଧ୍ୟ ଗୁଳି ମାରିଥିବା ସୂଚନା ମିଳିଛି। ସୁଖଦେବ ସିଂହ ଏବଂ ତାଙ୍କ ବନ୍ଧୁକଧାରୀ ସୁରକ୍ଷାକର୍ମୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁଖଦେବ ସିଂହ ଗୋଗାମେଡ଼ିଙ୍କ ମୃତ୍ୟୁ ଘଟିଥିଲା। ତେବେ ୪ ଦୁର୍ବୃତ୍ତଙ୍କ ମଧ୍ୟରୁ ୨ ଜଣଙ୍କ ଚେହେରା ସିସିଟିଭିରେ କଏଦ ହୋଇଛି, ଯାହାକୁ ନେଇ ପୁଲିସ ଜୋରଦାର ତଦନ୍ତ ଚଳାଇଛି। ଗାମେଡ଼ିଙ୍କ ଘରୁ ଜବତ ହୋଇଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ଯେ, ତାଙ୍କ ସହ ବସି କଥାବାର୍ତ୍ତା ହେଉଥିବା ଦୁଇଜଣ ବ୍ୟକ୍ତି ଅତର୍କିତ ଭାବେ ଅତି ନିକଟରୁ ତାଙ୍କ ଉପରେ ଗୁଳି ଚଳାଉଛନ୍ତି। ଏହି ଘଟଣା ମଧ୍ୟାହ୍ଣ ୧.୪୫ ମିନିଟରେ ଘଟିଛି। ଖବରପାଇ ଶ୍ୟାମ ନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.